ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସପେଟାର ରହିଛି ଏହି ୫ଟି ଫାଇଦା: ହାଡ ମଜବୁତ କରିବା ସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ

ଭୁବନେଶ୍ୱର ୨୭/୦୨ : ସୁନ୍ଦର ଓ ସୁସ୍ଥ ଶରୀର ପାଇଁ ଫଳ ନିହାତି ଆବଶ୍ୟକ। ଫଳରେ ଅନେକ ପ୍ରକାର ପୋଷାକ ତତ୍ତ୍ୱ ରହିଛି। ଆଳୁ ଭଳି ଦେଖାଯାଉଥିବା ସପେଟାରେ ମଧ୍ୟ ଅନେକ ପୋଷାକ ତତ୍ତ୍ୱ ରହିଛି। ଏହାର ସ୍ୱାଦ ମିଠା। ସେଥିପାଇଁ ଲୋକେ ସପେଟା ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ସପେଟାରେ ଆହୁରି ଅନେକ ଗୁଣ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକର। ସପେଟାରେ କ୍ୟାଲସିୟମ, ଫସଫରସ, ପୋଟାସିୟମ ଆଦି ଭରପୁର ମାତ୍ରାରେ ରହିଛି। ସପେଟାରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ବି ରହିଛି। ସପେଟାର କଣ କଣ ଫାଇଦା ଅଛି ପଢନ୍ତୁ…


ଏକ ରିପୋର୍ଟ ଅନୁଯାୟୀ, ସପେଟାରେ ଶକ୍ତିଶାଳୀ ଆଣ୍ଟିପାରାସିଟିକ୍, ଆଣ୍ଟିଭାଇରାଲ୍, ଆଣ୍ଟି-ଇନଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ପାଚନ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହା ଅନ୍ତନଳୀ ସଂକ୍ରମଣ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ସପେଟାରେ ଭରପୁର ମାତ୍ରାରେ ଫାଇବର ରହିଛି। ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

ସପେଟାରେ ମିନେରାଲ୍ସ, କ୍ୟାଲସିୟମ, କପର, ଆଇରନ ହାଡ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଆହାରରେ ତମ୍ବା ଅଭାବ ଦେଖାଦେଲେ ଆଷ୍ଟିୟୋପୋରୋସିସ ହେବାର ଆଶଙ୍କା ଥାଏ। ସପେଟାରେ ତମ୍ବା ଥିବା ଯୋଗୁଁ ଏହା ସୁସ୍ଥ ହାଡ ପାଇଁ ଆବଶ୍ୟକ।

ସପେଟାରେ ଭିଟାମିନ-ସି,ଏ ଓ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସହାୟକ ହୋଇଥାଏ। ଏହା ସୁନ୍ଦର ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଏହା ଶରୀରକୁ ଭାଇରସ, ବ୍ୟାକ୍ଟେରିଆ ଆଦିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ତ୍ୱଚାକୁ ସୁନ୍ଦର କରିବା ପାଇଁ ସପେଟା ବହୁତ ଲାଭଦାୟକ। ଏହା ତ୍ୱଚାକୁ ହାଇଡ୍ରେତ ରଖିବା ସହ ତ୍ୱଚାର ମୃତ କୋଷକୁ ପୁଣି ଜୀବନ୍ତ କରିଥାଏ। ଏହା ତ୍ୱଚାର ରଙ୍ଗ ସଫା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ବୟସର ପ୍ରଭାବ କମ କରିଥାଏ।

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସପେଟା ସାହାଯ୍ୟ କରିଥାଏ। ସପେଟାରେ ଭରପୁର ମାତ୍ରାରେ ପୋଟାସିୟମ ରହିଛି ଯାହା ସୋଡିୟମ ସ୍ଥର କମ କରିବାରେ ସାହାଯ୍ୟ କରିଥାଏ ଏବଂ ରକ୍ତ ସଞ୍ଚାଳନ ଉନ୍ନତ କରିଥାଏ। ସପେଟା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ