ଖେଳ ଦେଶ ବିଦେଶ

ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ

ନୂଆଦିଲ୍ଲୀ ୨୦/୦୫: ଚଳିତ ଆଇପିଏଲ୍‌ର ୬୮ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ । ରୟାଲ୍ସ ପାଇଁ ବିଜୟ ଜରୁରି । ଆଜି ଜିତିଲେ ରୟାଲ୍ସ ତୃତୀୟ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିବ । ବଡ଼ ବ୍ୟବଧାନରେ ପରାଜିତ ହେଲେ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ରନ୍‌ ରେଟ୍‌ ଓ ଅନ୍ୟ ଦଳର ପ୍ରଦର୍ଶନକୁ ଦେଖିବାକୁ ପଡ଼ିବ । ସୁପରକିଙ୍ଗ୍‌ସ ପ୍ଲେ- ଅଫ ଦୌଡରୁ ବାଦ ପଡ଼ି ସାରିଛି । ଆସନ୍ତା କାଲି ରୟାଲ୍ସକୁ ଅଟକାଇବାର ସୁଯୋଗ ସୁପରକିଙ୍ଗ୍‌ସ ନିକଟରେ ରହିଛି । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ।

ରୟାଲ୍ସକୁ ହରାଇବାକୁ ହେଲେ ସୁପରକିଙ୍ଗ୍‌ସକୁ ପ୍ରଥମେ ଦୁର୍ଦ୍ଦର୍ଷ ବ୍ୟାଟର ଜୋସ ବଟଲରଙ୍କୁ ଅଟକାଇବାକୁ ହେବ । ବଟଲର ଚଳିତ ସିଜନରେ ୩ଟି ଶତକ ଅର୍ଜନ କରିଛନ୍ତି । ଅରେଞ୍ଜ କ୍ୟାପ ମଧ୍ୟ ତାଙ୍କ ନିକଟରେ ରହିଛି । ତାଙ୍କୁ ସହଳ ଆଉଟ୍‌ କରିପାରିଲେ ରୟାଲ୍ସ ବଡ ସ୍କୋରରୁ ବଞ୍ଚିତ ହେବ । ରୟାଲ୍ସର ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ।

ପ୍ରସିଦ୍ଧ କ୍ରିଷ୍ଣା, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ୱିନ ଫର୍ମରେ ରହିଛନ୍ତି । ସୁପରକିଙ୍ଗ୍‌ସ ଚଳିତ ସିଜନରେ ଉନ୍ନତ ପ୍ରଦର୍ଶନ କରିପାରି ନ ଥିଲେ ହେଁ କିଛି ଯୁବ ପ୍ରତିଭାବାନ ଖେଳାଳିଙ୍କୁ ପାଇଛି । ବିଶେଷ କରି ପେସ୍‌ ବୋଲର ମୁକେଶ ଚୌଧୁରୀଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଛି । ଆସନ୍ତା କାଲି ଦୁଇ ଓପନର ଋତୁରାଜ ଗାଏକୱାଡ୍‌ ଓ ଡେଭନ କନୱେଙ୍କ ବ୍ୟାଟ୍‌ରୁ ବଡ ଇନିଂସ ଆଶା କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ