ଖେଳ ଦେଶ ବିଦେଶ

ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ସିରାଜ, କହିଲେ ହିଟମ୍ୟାନଙ୍କ ପାଖରେ ଅଛି ଏହି ଖାସ୍ ଗୁଣ

ନୂଆଦିଲ୍ଲୀ ୦୩/୦୬: ଆଇପିଏଲ ୨୦୨୨ରେ ଖାସ୍ ପ୍ରଦର୍ଶନ କରିପାରିନଥିଲେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ । ଆରସିବି ପାଇଁ ଖେଳୁଥିବା ସିରାଜ ଓ୍ୱିକେଟ୍ ନେବାକୁ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଆଇପିଏଲ ପରେ ସେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ନଜର ଆସିବେ । ଏବେ ସେ ଫଟାଫଟ୍ ଟୁର୍ଣ୍ଣାମେଣ୍ଟ ସାରିବା ପରେ ଘରକୁ ଫେରିଛନ୍ତି । ଏହାସହ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

ସିରାଜ କହିଛନ୍ତି ଯେ, ରୋହିତ ବୋଲରଙ୍କ ମାନସିକ ସ୍ଥିତିକୁ ଠିକ୍ ଭାବେ ବୁଝିଥାନ୍ତି । ସେ ରୋହିତ ଶର୍ମାଙ୍କ ସହ ଅନେକ ମ୍ୟାଚ୍ ଖେଳିଛନ୍ତି । ରୋହିତ ବୋଲରଙ୍କୁ ବୁଝିବାରେ ଭୁଲ କରନ୍ତି ନାହିଁ । କେଉଁ ସ୍ଥିତିରେ କଣ କରିବାକୁ ହୁଏ ତାହା କହିଥାନ୍ତି । ଏପରି ଅଧିନାୟକଙ୍କ ନେତୃତ୍ୱରେ ଖେଳିବା ବହୁତ ଭାଗ୍ୟର କଥା ।

ତେବେ ଫୁଲ୍ ଟାଇମ୍ ଅଧିନାୟକ ହେଲା ପରେ ରୋହିତ ଟେଷ୍ଟରେ ପ୍ରଥମ ଥର ଇଂଲଣ୍ଡ ବିପକ୍ଷରେ ନେତୃତ୍ୱ ନେବେ । ନିକଟରେ ସେ ତିନୋଟି ଫର୍ମାଟର ଅଧିନାୟକ ହୋଇଥିଲେ । ଦଳ ପୂର୍ବରୁ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷରେ କ୍ଲିନ୍ ସ୍ୱିପ୍ କରିସାରିଛି ।

ସୂଚନାଯୋଗ୍ୟ, ସିରାଜ ଗତ ଆଇପିଏଲରେ ମାତ୍ର ୯ଟି ଓ୍ୱିକେଟ୍ ହାସଲ କରିବାରେ ସଫଳ ହୋଇଥିଲେ । ତାଙ୍କ ବୋଲିଂ ବି ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇପାରିନଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ