ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ସନ୍ଧ୍ୟାରେ ବାରବାଟୀ ଫାଇଟ୍ : କମ୍ ବ୍ୟାକ୍ କରିବାକୁ ପ୍ରୟାସ କରିବ ଟିମ୍ ଇଣ୍ଡିଆ

କଟକ ୧୨/୦୬: ରବିବାର ବାରବାଟୀ ବ୍ୟାଟଲ। ସଂଧ୍ୟାରେ ବାରବାଟୀ ଷ୍ଟାଡିୟମରେ ହେବ ମହା ମୁକାବିଲା। ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପିଚ୍ ରେଡି, ଗ୍ରାଉଣ୍ଡ ଓ ଷ୍ଟାଡିୟମ ବି ତୟାର। ଗତକାଲି ଉଭୟ ଦଳ ବାରବାଟୀରେ ନେଟ୍ ପ୍ରାକ୍ଟିସ୍ କରିଥିଲେ । ପ୍ରଥମ ଟି-୨୦ ଭାରତ ହାରି ଥିବାରୁ କଟକରେ କମ୍ ବ୍ୟାକ୍ ପାଇଁ ଦଳ ଜୋରଦାର ଅଭ୍ୟାସ କରିଛି । ବାରବାଟୀ ବ୍ୟାଟଲକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ବାରବାଟୀରେ ଭଲ୍ ସ୍କୋର ସହ ବିଗ୍ ଫାଇଟ୍ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ ।

ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ୱେନ୍ ପର୍ଣ୍ଣେଲ୍ ପ୍ରାକ୍ଟିସ ବେଳେ କହିଛନ୍ତି ଯେ ଭାରତ ଏକ ଭଲ ଦଳ। ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତ ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ । ଏହି ମ୍ୟାଚରେ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଦକ୍ଷିଣ ଆଫ୍ରିକା ଟିମ୍ ଅପରିବର୍ତ୍ତିତ ରହିବା ନେଇ ସେ ସୂଚନା ଦେଇଛନ୍ତି। ସେପଟେ ଭାରତ କଟକରେ କମ୍ ବ୍ୟାକ୍ କରିବ ବୋଲି ଦୃଢତାର ସହ କହିଛନ୍ତି ଭୁବନେଶ୍ବର କୁମାର । ବାରବାଟୀରେ କିଏ ମାରିବ ବାଜି? ତାକୁ ସମସ୍ତଙ୍କ ଅପେକ୍ଷା ।

ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଷ୍ଟାଡିୟମରେ ଭିଡ

ମ୍ୟାଚ ପୂର୍ବରୁ ଶନିବାର ଉଭୟ ଦଳର ଖେଳାଳି ଜୋରଦାର ପ୍ରାକ୍ଟିସ୍ କରିଥିଲେ । ପ୍ରାକ୍ଟିସ୍ ବେଳେ ବି ଷ୍ଟାଡିଅମରେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ନାହଁ ନଥିବା ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ସାଧାରଣ ଦର୍ଶକଙ୍କ ପାଇଁ ୬ ନମ୍ବର ଗ୍ୟାଲେରି ଖୋଲା ରହିଥିବା ବେଳେ , ହଜାର ହଜାର ଦର୍ଶକ ସେଠାରେ ଖେଳାଳିଙ୍କ ପ୍ରାକ୍ଟିସ୍ ଦେଖିଥିଲେ । ଦର୍ଶକମାନେ ବି ଖେଳାଳିଙ୍କୁ ବେଶ ଉତ୍ସାହିତ କରୁଥିଲେ । ପ୍ରାକ୍ଟିସ୍ ବେଳେ ଏତେ ଦର୍ଶକଙ୍କ ଷ୍ଟାଡିୟମରେ ଉପସ୍ଥିତିକୁ ନେଇ ଏହା ମ୍ୟାଚର ଭ୍ରମ ସୃଷ୍ଟି କରିଥିଲା । ଏହାର ଭିଡିଓ ଫଟୋକୁ ବିସିସିଆଇ ତାର ଟ୍ବିଟରରେ ସେୟାର କରି ‘ ମ୍ୟାଚ୍ ଡେ ଫିଲସ୍ ଅନ୍ ଏ ନନ୍ ମ୍ୟାଚ୍ ଡେ’ ବୋଲି ଲେଖିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ