ଖେଳ ଦେଶ ବିଦେଶ

ସନ୍ଧ୍ୟାରେ ଗୁଜୁରାଟ ବନାମ ମୁମ୍ବାଇ : ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା ଲକ୍ଷ୍ୟରେ ଟାଇଟନ୍ସ

ନୂଆଦିଲ୍ଲୀ, ୦୬/୦୫: ଚଳିତ ଆଇପିଏଲ୍‌ର ୫୧ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌ ଜିତି ଟାଇଟନ୍ସ ଦଳ ପ୍ଲେ-ଅଫରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେଇ ବିପର୍ଯ୍ୟୟ ଘଟାଇବାକୁ ଯୋଜନା କରୁଛି ।

ଟାଇଟନ୍ସ ଇତି ମଧ୍ୟରେ ୧୦ଟି ମ୍ୟାଚ୍‌ ଖେଳି ୮ ବିଜୟ ସହ ମୋଟ୍‌ ୧୬ ପଏଣ୍ଟ ଅକ୍ତିଆର କରିସାରିଛି । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଆଉ ୪ଟି ମ୍ୟାଚ୍‌ରୁ ଅତି ବେଶୀରେ ୨ ପଏଣ୍ଟ ହାତେଇଲେ ମଧ୍ୟ ପ୍ଲେ-ଅଫ ନିଶ୍ଚିତ ହେବ । ହେଲେ ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ପରିସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ । କ୍ରମାନ୍ୱୟରେ ପ୍ରଥମ ୮ଟି ମ୍ୟାଚ୍‌ ପରାଜିତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ନବମ ମ୍ୟାଚ୍‌ରେ ବିଜୟ ଖାତା ଖୋଲିଥିଲା । ଏଥର ପ୍ଲେ-ଅଫ୍‌ରେ ପ୍ରବେଶ କରିବାର ଆଶା ନାହିଁ । କିନ୍ତୁ ଅନ୍ୟ କିଛି ଦଳକୁ ଅଟକାଇବାର କ୍ଷମତା ରହିଛି । ଅବଶ୍ୟ ଟାଇଟନ୍ସକୁ ଅଟକାଇପାରିବ ନାହିଁ । କିନ୍ତୁ ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ଏହା ଉପଯୁକ୍ତ ସମୟ ।

ମୁମ୍ବାଇ ଇଣ୍ଡିଆନ୍ସକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ରୋହିତ ଶର୍ମା ଓ ଇଶାନ କିଷନ ଫର୍ମ ହରାଇଥିବାରୁ ଦଳକୁ କ୍ଷତି ସହିବାକୁ ପଡ଼ୁଛି । ମ୍ୟାଚ୍‌ରେ ଉଭୟଙ୍କ ବ୍ୟାଟ୍‌ରୁ ବଡ ଇନିଂସ ଆଶା କରାଯାଉଛି । ଟାଇଟନ୍ସ ଦଳ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖଛି । ତଥାପି ବ୍ୟାଟିଂ ବିଭାଗରେ ତ୍ରୁଟି ରହିଛି । ମଧ୍ୟକ୍ରମରେ ଦକ୍ଷ ବ୍ୟାଟର ନାହାନ୍ତି । ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଥିବା ସାଇ ସୁଦର୍ଶନ ମଧ୍ୟ ଆହତ ହୋଇଛନ୍ତି । ଦଳର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ