ଖେଳ ଦେଶ ବିଦେଶ

ସନ୍ଦୀପ ମହାପାତ୍ର ସ୍ମାରକୀ ଟେନିସ୍: କବିର ଓ ଋତୁପର୍ଣ୍ଣା ବିଜେତା

ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ମେଣ୍ଡାଶାଳସ୍ଥିତ ଗୁରୁକୁଳ ରିସୋର୍ଟରେ ଆୟୋଜିତ ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ଟେନିସ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି। ପୁରୁଷ ଏକକରେ କବିର ହଂସ ୬-୧, ୬-୨ରେ ପ୍ରତ୍ୟୁଷ ମହାନ୍ତିଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ସେହିଭଳି ପୁରୁଷ ଯୁଗଳରେ କବିର ଓ ପ୍ରତ୍ୟୁଷ ଯୋଡି କୁମାର ଅନୁରାଗ ଓ ଆଦିତ୍ୟ ଶତପଥୀଙ୍କୁ ୬-୪, ୬-୦ରେ ଜିତି ଟ୍ରଫି କରାୟତ କରିଛନ୍ତି। ଅନ୍ୟପକ୍ଷରେ ମହିଳା ଏକକରେ ଋତୁପର୍ଣ୍ଣା ଚୌଧୁରୀ ୭-୫, ୬-୧ରେ ସିମରନ୍ ଏକ୍କାଙ୍କୁ ପରାସ୍ତ କରି ବିଜେତା ମୁକୁଟ ପିନ୍ଧିଛନ୍ତି। ୧୬ ବର୍ଷରୁ କମ ବାଳକ ଏକକରେ ଦେବାଶିଷ ସାହୁ , ବାଳିକା ଏକକରେ କ୍ରିଷ୍ଣା ରାଜ ବିଜେତା ହୋଇଛନ୍ତି।

ଆଜି ସନ୍ଧ୍ୟାର ଉଦଯାପନୀ ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ଓଡ଼ିଶା ଟେନିସ ଆସୋସିଏସନର ସଭାପତି ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ଟେନିସ୍‌ ସଂଘର ଉପସଭାପତି ତଥା ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ବିଜେତାମାନଙ୍କୁ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ