କଳା ଓ ସଂସ୍କୃତି ଧର୍ମ

ସନ୍ତାନଙ୍କ ଆୟୁଷ ଓ ସମୃଦ୍ଧି ପାଇଁ ମହିଳାମାନେ ରଖିଥାନ୍ତି ସଙ୍କଟ ଚୋୖଠ ବ୍ରତ, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର ୨୭/୦୧ : ସଙ୍କଟ ଚୋୖଠ ପ୍ରତି ମାସରେ ପଡେ। କିନ୍ତୁ ମାଘ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ପଡୁଥିବା ସଙ୍କଟ ଚଉଠ ବ୍ରତର ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ମାଘ ସଙ୍କଟ ଚଉଠ ବ୍ରତ ଏଥର ଜାନୁଆରୀ ୩୧ ତାରିଖ ରବିବାର ଦିନ ପଡୁଛି। ଏହି ବ୍ରତର ଅନେକ ନାଁ ରହିଛି। ଏହି ବ୍ରତକୁ ସଙ୍କଟ ଚୋୖଥା, ମାଘ ଚତୁର୍ଥୀ, ତିଲକୁଟା ଚୋୖଠ ବି କୁହାଯାଏ। ମହିଳାମାନେ ନିଜ ସନ୍ତାନ ସନ୍ତତିଙ୍କ ପାଇଁ ଏହି ବ୍ରତ ରଖିଥାନ୍ତି। ସନ୍ତାନଙ୍କ ଆୟୁଷ ଓ ସମୃଦ୍ଧି ପାଇଁ ମହିଳାମାନେ ଏହି ବ୍ରତ ରଖିଥାନ୍ତି। ଏହି ଦିନ ମହିଳାମାନେ ଗୌର ଗଣେଶଙ୍କୁ ପୂଜା କରିଥାନ୍ତି। ଏହି ଦିନ ମହିଳାମାନେ ନିର୍ଜଳା ବ୍ରତ ପାଳନ କରିଥାନ୍ତି। ସନ୍ଧ୍ୟାରେ ଚନ୍ଦ୍ର ଓ ଗଣେଶଙ୍କ ପୂଜା କରି ବ୍ରତ ସମାପନ କରିଥାନ୍ତ। ଜାଣନ୍ତୁ ବ୍ରତର ଶୁଭ ମୁହୂର୍ତ୍ତ ଓ ମହିଳା :

ସଙ୍କଟ ଚୋୖଠ ବ୍ରତର ଶୁଭ ମୁହୂର୍ତ୍ତ :

ବ୍ରତ ତିଥି- ଜାନୁଆରୀ ୩୧ ତାରିଖ ରବିବାର ସନ୍ଧ୍ୟା ୮ଟା ୨୪ ମିନିଟ

ବ୍ରତ ସମାପନ- ଫେବୃଆରୀ ୧ ତାରିଖ ସୋମବାର ସନ୍ଧ୍ୟା ୬ଟା ୨୪ ମିନିଟ

ସନ୍ତାନଙ୍କ ଆୟୁଷ କାମନା କରି ମହିଳାମାନେ ବ୍ରତ ରଖିଥାନ୍ତି। ତାଛଡା ପୁରା ପରିବାର ସୁଖ ସମୃଦ୍ଧି ପାଇଁ ମଧ୍ୟ ବ୍ରତ ପାଳନ କରିଥାନ୍ତି। ମହିଳାମାନେ ସକାଳ ୪ଟା ରୁ ନିର୍ଜଳା ବ୍ରତ ଆରମ୍ଭ କରିଥାନ୍ତି। ସନ୍ଧ୍ୟାରେ ଗଣେଶ ଭଗବାନ ଓ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଅର୍ପଣ ପରେ ବ୍ରତ ସମାପନ କରିଥାନ୍ତି। ଏହାପରେ ଫଳ ଗ୍ରହଣ କରିଥାନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ