ଦେଶ ବିଦେଶ ମନୋରଞ୍ଜନ

ସତ ହେଲା କି ଶାହାରୁଖ ଖାନଙ୍କ ଆଶଙ୍କା? ‘କଫି ଉଇଥ କରନ’ରେ କହିଥିଲେ ଏଭଳି କଥା

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମ ଥର ସେ ନିଜ ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ପୁଅ କରିଥିବା ଭୁଲ ପାଇଁ ଚର୍ଚ୍ଚାରେ ରହିଛନ୍ତି | ମୁମ୍ବାଇ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରୁ ଶାହରୁଖଙ୍କ ପୁଅ ଆରୟନ ଖାନଙ୍କୁ ଗିରଫ କରିଥିଲା ଏନସିବି | ଡ୍ରଗ୍ସ କାରବାରରେ ତାଙ୍କର ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ଏବେ ତାଙ୍କୁ ଆର୍ଥର ରୋଡ ଜେଲରେ ରଖାଯାଇଛି। ତେବେ ଏହାରି ମଧ୍ୟରେ କିଛି ବର୍ଷ ତଳେ ‘କଫି ଉଇଥ କରନ’ରେ ଶାହାରୁଖ ଖାନ କହିଥିବା କଥା ଏବେ ଭାଇରାଲ ହେଉଛି । ଏଥିରେ ସେ କହୁଛନ୍ତି ଯେ, ମୋରୋ ସବୁଠୁ ବଡ ଡର ହେଲା ଯେମିତି ମୋ ଲୋକପ୍ରିୟତା ଦିନେ ମୋ ପିଲାଙ୍କ କ୍ୟାରିୟର ଖରାପ ନ କରିଦେଉ ।

ତେବେ ବର୍ତ୍ତମାନ ଶାହରୁଖ ଖାନଙ୍କ ସେହି ଆଶଙ୍କା ସତ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଭାଇରାଲ ଭିଡିଓରେ ସେ କହୁଛନ୍ତି, ମୋର ସବୁଠାରୁ ବଡ ଭୟ ହେଉଛି ମୋ ପିଲାଙ୍କ ଉପରେ ମୋର ଖ୍ୟାତିର ଯେମିତି ଖରାପ ପ୍ରଭାବ ନପଡୁ | ମୋର ନାଁ ଏବଂ ଲୋକପ୍ରିୟତା ସେମାନଙ୍କ ଜୀବନକୁ ନଷ୍ଟ କରିପାରେ ଏବଂ ମୁଁ ଏହା ଚାହେଁ ନାହିଁ | ମୋ ପରିବାର ଓ ମୋ ପିଲାଙ୍କ ପାଇଁ ଏହି ଡର ମୋ ଭିତରେ ରହିଛି । ମୁଁ ଚାହୁିଁନି ତାଙ୍କ ମନରେ ଏହି ଧାରଣା ରହୁକି ମୁଁ ଶାହରୁଖ ଖାନର ପୁଅ ବା ଝିଅ, ସେଥିପାଇଁ ମତେ ସହଜରେ ସବୁ ଜିନିଷ ମିଳିଯିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ