କଳା ଓ ସଂସ୍କୃତି ଧର୍ମ

ସତ୍ୟ ସାଇ ବାବାଙ୍କ ଭକ୍ତଙ୍କ ପାଇଁ ଖୁସି ଖବର, ଖୋଲିବ ପ୍ରଶାନ୍ତି ମନ୍ଦିରର ଦ୍ୱାର

ପୁଟ୍ଟପର୍ଥି ୦୫/୧୦: ଭଗବାନ ସତ୍ୟ ସାଇ ବାବାଙ୍କ ଭକ୍ତଙ୍କ ପାଇଁ ଖୁସି ଖବର। ଆଜିଠାରୁ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥିରେ ଅବସ୍ଥିତ ଭଗବାନ ସତ୍ୟ ସାଇ ବାବା ପ୍ରଶାନ୍ତି ମନ୍ଦିରର ଦ୍ୱାର ଖୋଲାଯାଉଛି। ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପ୍ରତିଦିନ ଏହି ମନ୍ଦିରେ ଦିବ୍ୟ ସମାଧି ଦର୍ଶନ କରିବାକୁ ଆସନ୍ତି। ସତ୍ୟ ସାଇ ବାବାଙ୍କୁ ଶିରିଡିର ସାଇ ବାବାଙ୍କ ଅବତାର ଭାବରେ ବିବେଚନା କରାଯାଏ।

କରୋନା ମହାମାରୀ ହେତୁ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା। ଯାହା ବର୍ତ୍ତମାନ ଖୋଲାଯାଉଛି। କୁହାଯାଉଛି ମନ୍ଦିର ଖୋଲିବା ପରେ ସକାଳ ଓ ସନ୍ଧ୍ୟାରେ ପ୍ରତିଦିନ ‘ଆରତୀ’ ହେବ। ବାବା ତାଙ୍କ ଜୀବନ କାଳରେ ଅନେକ ଚମତ୍କାର କରିଛନ୍ତି, ଯେପରିକି ଭକ୍ତଙ୍କ ମଧ୍ୟରେ ବିଭୁତି ବର୍ଷାଇବା, ଶିବରାତ୍ରୀ ଅବସରରେ ତାଙ୍କ ମୁଖରୁ ସୁନା ଏବଂ ପାରଦ ଶିବଲିଙ୍ଗ ବାହାର କରିବା,ହାତରୁ ରିଙ୍ଗ କିମ୍ବା ସୁନା ଚେନ୍ ପ୍ରକଟ କରିବା ଇତ୍ୟାଦି। ସେହିପରି ବାବା ତାଙ୍କ ଜୀବନ କାଳରେ ଅନେକ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଏବଂ ମାନବ ସେବା କାର୍ଯ୍ୟରେ ବି ସାହାଯ୍ୟ କରିଥିଲେ।

ସାଇ ଭକ୍ତଙ୍କ ଘରେ ତାଙ୍କ ଚରଣର ପ୍ରତିମା ବା ଫଟୋ ପୂଜା କରାଯାଏ। ଯେଉଁଥିରେ ଗୋଟିଏ ଚରଣ ଜଣେ ପୁରୁଷ ଏବଂ ଅନ୍ୟଟି ମହିଳାଙ୍କ ପରି ଦେଖାଯାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ