ଖେଳ ଦେଶ ବିଦେଶ ରାଜ୍ୟ

ସତ୍ୟସାଇ ରାଜ୍ୟ ଓପନ୍ ଚେସ୍‌: ସୌମ୍ୟ ବିଜେତା

ଭୁବନେଶ୍ବର: ଜଟଣୀ ଚେସ୍‌ ସଂଘ ଏବଂ ଓଡ଼ିଶା ରାଜ୍ୟ ଚେସ୍ ସଂଘ ମିଳିତ ଆନୁକୂଲ୍ୟରେ ଜଟଣୀ ଏଡିଏସ୍‌ ପବ୍ଲିକ ସ୍କୁଲ୍‌ ପରିସରରେ ଦ୍ବିତୀୟ ସତ୍ୟସାଇ ରାଜ୍ୟ ଓପନ୍ ଚେସ୍ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଲଗାତାର ଦ୍ବିତୀୟ ସପ୍ତାହରେ ଫିଡେ ମାଷ୍ଟର ସୌମ୍ୟରଂଜନ ମିଶ୍ର ବିଜେତା ହୋଇ ନିଜ ଖେଳ ଜୀବନର ୬୨ତମ ଟ୍ରଫି କବ୍‌ଜା କରିଛନ୍ତି। ୭ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ସୌମ୍ୟ ୬.୫ ପଏଣ୍ଟ୍ ପାଇ ଶୀର୍ଷରେ ରହିଥିବା ବେଳେ ଚେସ୍‌ ଗୁରୁ ରାଜେନ୍ଦ୍ର କୁମାର ସାହୁ ୬ ପଏଣ୍ଟ ସହ ଉପବିଜେତା ହୋଇଛନ୍ତି। ହର୍ଷିତ ରଂଜନ ସାହୁ, ପ୍ରକାଶ ଚନ୍ଦ୍ର ସାହୁ (ଉଭୟ ୫.୫ ପଏଣ୍ଟ), ଅମରେଶ୍ବର ନନ୍ଦ, ହୃଦାନନ୍ଦ ସାମନ୍ତରାୟ, ଅରିନ୍‌ ଅନ୍ବେଷ ସ୍ବାଇଁ (ପ୍ରତ୍ୟେକ ୫ ପଏଣ୍ଟ), ରବୀନ୍ଦ୍ର କୁମାର ଓଝା, ମାନସ ରଂଜନ ପରିଡ଼ା, ପ୍ରବୋଧ କୁମାର ମିଶ୍ର, ଦେବୀ ପ୍ରସାଦ ବିଶ୍ବାଳ, ଗୁରୁ ପ୍ରସାଦ ଭଟ୍ଟ (ସମସ୍ତେ ୪.୫ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ଦ୍ବାଦଶ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ସାଇ ଅଦିତ୍ରୀ, ଈଶାନି ଦାସ, ଆୟନ ଅଙ୍କିତ ସ୍ବାଇଁ, ସ୍ଥିତପ୍ରଜ୍ଞ ସାହୁ, ସାହାନା ଲେଙ୍କା ବୟସ ବର୍ଗରେ ବିଜେତା ହୋଇ ସ୍ବତନ୍ତ୍ର ପୁରସ୍କାର ପାଇଥିଲେ। ଭାଜପା ନେତା ସୁରଜ ପାଇକରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଡିଏସ୍‌ ପବ୍ଲିକ ସ୍କୁଲ୍‌ର ଅଧ୍ୟକ୍ଷ ମୁରଲୀ ମୋହନ ପଟ୍ଟନାୟକ, ଓସ୍କା ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ, ଜଟଣୀ ଚେସ୍‌ ସଂଘ ସଭାପତି ସୁରେଶ ଚନ୍ଦ୍ର ବଳିୟାରସିଂହ ଏବଂ ସମ୍ପାଦକ ଅଭିନାଶ ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ