ଦେଶ ବିଦେଶ ସ୍ୱାସ୍ଥ୍ୟ

ସତର୍କ ଘଣ୍ଟି ! ମହାରାଷ୍ଟ୍ରରେ ବଢ଼ିଲା ୮୧ ପ୍ରତିଶତ କରୋନା ମାମଲା; ମୁମ୍ୱାଇରେ ଦୁଇଗୁଣ ହେଲା ସଂକ୍ରମଣ

ମୁମ୍ୱାଇ ୦୭/୦୬ : ମଙ୍ଗଳବାର ମହାରାଷ୍ଟ୍ରରେ ୧୮୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ କରୋନାର ୮୧ ପ୍ରତିଶତ ମାମଲା ବଢ଼ିଥିବା ଦେଖାଯାଇଛି ଯାହାକି ଏବେ ଚିନ୍ତାର କାରଣ ପାଲଟିଛି। ଫେବୃଆରୀ ୧୮ ପରେ ମଙ୍ଗଳବାର ସବୁଠାରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛିଯେ ଏହା ମଧ୍ୟରେ ଜଣେ ସଂକ୍ରମିତଙ୍କ ଠାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। କରୋନାର ଏପରି ସଂକ୍ରମଣ ବଢ଼ିବା ବର୍ତ୍ତମାନ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଇପାରେ।

ମୁମ୍ୱାଇରେ ମଙ୍ଗଳବାର କରୋନାର ୧,୨୪୨ଟି ନୂଆ ମାମଲା ଚିହ୍ନଟ ହୋଇଛି। ଯାହାକି ସୋମବାର କୋଭିଡ ସଂକ୍ରମଣ ତୁଳନାରେ ଦୁଇଗୁଣ ଅଟେ। ଏହା ମଧ୍ୟରେ ଆଶ୍ୱସ୍ତିପ୍ରଦ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡରେ କାହାରି ମୃତ୍ୟୁ ହୋଇନାହିଁ। ସୋମବାର ରାଜ୍ୟରେ ୧,୦୩୬ଟି କରୋନା ମାମଲା ଚିହ୍ନଟ ହୋଇଥିଲା। ସେହିପରି ମୁମ୍ୱାଇରେ ୬୭୬ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଉଲ୍ଲେଖ ଯୋଗ୍ୟଯେ ସପ୍ତାହ ଶେଷରେ କୋଭିଡ୍‌ ପରୀକ୍ଷା କମ୍‌ ହୋଇଥିବାରୁ ସୋମବାର ଅଳ୍ପ କୋଭିଡ୍‌ ମାମଲା ସାମ୍ନାକୁ ଆସିଛି ବୋଲି କୁହାଯାଉଛି।

ମହାରାଷ୍ଟ୍ର କୋଭିଡ୍‌ ପରିସଂଖ୍ୟାନ ୭୮ଲକ୍ଷ ୯୬ହଜାର ୧୧୪ରେ ପହଞ୍ଚିଛି। ସେହିପରି ସେଠାରେ କୋଭିଡ କାରଣରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୭ହଜାର ୮୬୬ଜଣ ପ୍ରାଣ ହରାଇଛନ୍ତି। ସେହିପରି ବି.ଜେ. ଚିକିତ୍ସା ମହାବିଦ୍ୟାଳୟର ଜିନୋମୋ ସିକ୍ୱେନସିଙ୍ଗ ଅନୁସାରେ ପୁଣେର ଜଣେ ୩୧ ବର୍ଷୀୟ ମହିଳାଙ୍କ ଠାରେ ଓମିକ୍ରନ ସଂକ୍ରମଣ ଚିହ୍ନଟ କରାଯାଇଛି। ସେହି ମହିଳାଙ୍କ ଠାରେ କୌଣସି ଲକ୍ଷଣ ନଥିଲା। ସେ ଏବେ ଗୃହ ସଙ୍ଗରୋଧରେ ଅଛନ୍ତି।

ମହାରାଷ୍ଟ୍ରରେ ଏବେ ୭,୪୨୯ଟି କୋଭିଡ ମାମଲା ରହିଛି। ସେହିପରି ଏବେ ଅଧିକ କୋଭିଡ ସକ୍ରିୟ ମାମଲା ମୁମ୍ୱାଇରେ ରହିଛି। ଏଠାରେ ସକ୍ରିୟ ମାମଲା ବଢି ୮.୮ ପ୍ରତିଶତ ହୋଇ ଯାଇଛି। ଏବେ କେରଳରେ ସବୁଠାରୁ ଅଧିକ କରୋନା ସଂକ୍ରମଣ ରହିଛି। ସରକାରଙ୍କ ଅନୁସାରେ ରାଜ୍ୟରେ ଏବେ ପ୍ରତିଦିନ ୨୫ ହଜାର କୋଭିଡ ପରୀକ୍ଷଣ କରାଯାଉଛି। ଡାକ୍ତରଖାନାରେ କରୋନା ପରୀକ୍ଷଣକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁମ୍ୱାଇର ଡାକ୍ତରଖାନା ଗୁଡିକରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ସେଠାରେ କୋଭିଡ୍‌ ୱାର୍ଡର ବନ୍ଦୋବସ୍ତ ମଧ୍ୟ କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ