ଖେଳ ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ସଡ଼କ ଦୁର୍ଘଟଣାରେ ପ୍ରସିଦ୍ଧ ଅନ୍ତର୍ଜାତୀୟ ମାର୍ଶାଲ୍ ଆର୍ଟ ଖେଳାଳୀ ଜୋବନପ୍ରୀତ ସିଂହଙ୍କ ପରଲୋକ

କପୁରଥଲା ୧୭/୧୧: ପଞ୍ଜାବର କପୁରଥଲାରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଅନ୍ତର୍ଜାତୀୟ ମାର୍ଶାଲ୍ ଆର୍ଟ ଖେଳାଳି ଜୋବନପ୍ରୀତ ସିଂହଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କୁ ମାତ୍ର ୧୫ବର୍ଷ ହୋଇଥିଲା। ୨ବର୍ଷ ତଳେ ସେ ମସ୍କୋରେ ଆୟୋଜିତ ୟୁନିଫାଇଡ ମାର୍ଶାଲ୍ ଆର୍ଟର ଓ୍ବାର୍ଲଡ ଚାମ୍ପିଅନଶିପରେ ରୌପ୍ୟ ପଦକ ଜିତିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ବନ୍ଧୁଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି।

ଅର୍ବାନ୍ ଏଷ୍ଟେଟ୍ ବାସିନ୍ଦା ରାଜବିନ୍ଦର ସିଂହ(୨୫) ଏବଂ ଗ୍ରୀନ୍ ଆଭେନ୍ୟୁ ର୍ବାସିନ୍ଦା ଜୋବନପ୍ରୀତ ସିଂହ(୧୫) ଦୁହେଁ ଭଲ ବନ୍ଧୁ ଥିଲେ। ରବିବାର ଜୋବନପ୍ରୀତ ସିଂହ ରାଜବିନ୍ଦର ସିଂହଙ୍କୁ ଭେଟିବାକୁ ଯାଇଥିଲେ। ରାତି ୧୧ଟାରେ ରାଜବିନ୍ଦର ଅର୍ବାନ୍ ଏଷ୍ଟେଟ୍ କଲୋନୀରୁ ଜୋବନପ୍ରୀତ ସିଂହଙ୍କୁ ତାଙ୍କ ଘର ଗ୍ରୀନ୍ ଆଭେନ୍ୟୁକୁ ଆକ୍ଟିଭାରେ ଛାଡ଼ିବାକୁ ଯାଉଥିଲେ।

ସେମାନେ ରାସ୍ତା ପାର କରୁଥିବାବେଳେ କପୁରଥଲାରୁ ଜଲନ୍ଧର ଯାଉଥିବା କାର୍ ଚାଳକ ଭାରସାମ୍ୟ ହରାଇ ଆକ୍ଟିଭାକୁ ଜୋରଦାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ରାଜବିନ୍ଦର ଏବଂ ଜୋଭନପ୍ରୀତ ଗୁରୁତର ଆହତ ହୋଇଥିଲେ। ହସ୍ପିଟାଲକୁ ପହଞ୍ଚିବା​‌ ପରେ ଡାକ୍ତର ଜୋବନପ୍ରୀତଙ୍କୁ ମୃତ ଘୋଷିତ କରିଥିଲେ। ଗୁରୁତର ରାଜବିନ୍ଦରଙ୍କୁ ପ୍ରାଥମିକ ଉପଚାର ପରେ ଜଲନ୍ଧର ରେଫର କରି ଦିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଜୋବନପ୍ରୀତ ସିଂହଙ୍କ କୋଚ୍‌ କହିଛନ୍ତି ଯେ ଜୋବନପ୍ରୀତ ସିଂହ ମାର୍ଶଲ୍ ଆର୍ଟର ଜଣେ ପ୍ରତିଭାବାନ୍ ଅନ୍ତର୍ଜାତୀୟ ଖେଳାଳୀ ଥିଲେ। ସେ ପାଖାପାଖି ସାଢ଼େ ୩ବର୍ଷରୁ ମାର୍ଶଲ୍ ଆର୍ଟର ପ୍ରାକ୍ଟିସ୍ କରୁଛନ୍ତି। ଗ୍ରୀନ୍ ଆଭେନ୍ୟୁରେ ଜୋବନପ୍ରୀତ ସିଂହଙ୍କ ବାପା ଗୁରବଖସ୍ ସିଂହଙ୍କ ଜେନେରାଲ୍ ଷ୍ଟୋର୍ ରହିଛି। ପରିବାରରେ ଜୋବନଙ୍କ ମାଆ ବୀରପାଲ କୌର ଏବଂ ବଡ଼ ଭଉଣୀ ସଚଦୀପ କୌର। ସେ ଜୋବନଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।

କାର୍ ଚାଳକ କାର୍ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ୨ଟି ଗାଡ଼ିକୁ ପୋଲିସ୍ ଜବତ କରିଛି। ରାଜବିନ୍ଦର ସିଂହଙ୍କ ବାପା ସତପାଲ ସିଂହଙ୍କ ବୟାନ ଆଧାରରେ ଅଭିଯୁକ୍ତ କାର ଚାଳକ ବିରୋଧରେ ମାମଲା ରୁଜୁ କରାଯାଇଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ