ଅପରାଧ ରାଜ୍ୟ

ସଡକ ଦୁର୍ଘଟଣାରେ ୧୭ ଗୋରୁ ମୃତ, ଦ୍ରୁତ ଗତିରେ ଆସି ଚଢାଇ ଚାଲିଗଲା ଗାଡି

ଝାରସୁଗୁଡା ୨୭/୦୯: ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣା ଯୋଗୁଁ ଆଜି ୧୭ ଗୋରୁଙ୍କ ମୃତ୍ୟୁ ହୋଇଛି । ଅଜଣା ଗାଡି ଧକ୍କା ଯୋଗୁଁ କୁଡାଲୋଇ ଛକରେ ୧୩ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ଗୋଟିଏ ଗୋରୁ ଗୁରୁତର ଆହତ ହୋଇଛି । ଭାରୀଯାନଟି ରାଇଗଡ଼ ପଟୁ ଝାରସୁଗୁଡା ପଟକୁ ଦ୍ରୁତ ଗତିରେ ଯାଉଥିବାବେଳେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଦୁର୍ଘଟଣା ଘଟାଇ ଗାଡି ଫେରାର ମାରିଥିବାବେଳେ ଉତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିଲେ । ଲଖନପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାସହ ଗୋରୁମାନଙ୍କ ମୃତଦେହ ଉଦ୍ଧାର କରିଛି । ସେହିପରି ବୁଡିପଥର ଛକ ନିକଟରେ ମଧ୍ୟ ଅଜଣା ଗାଡି ଧକ୍କାରେ ୪ଟି ଗୋରୁର ମୃତ୍ୟୁ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।