ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସଟ୍‌ଡାଉନ୍‌ ପାଇଁ ବିଶ୍ବରେ ୨୫ କୋଟି ସ୍କୁଲ୍‌ ଛାତ୍ର ପ୍ରଭାବିତ

ନୂଆଦିଲ୍ଲୀ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୨୦୨୦ ମାର୍ଚ୍ଚ ୧୧ ତାରିଖରେ କରୋନାକୁ ମହାମାରୀ ଘୋଷଣା କରିଥିଲେ। ଇତି ମଧ୍ୟରେ କରୋନାକୁ ମହାମାରୀ ଘୋଷଣା ହେବାକୁ ବର୍ଷେ ପୂରିଯାଇଛି। କରୋନା ନିୟନ୍ତ୍ରଣ ପାଇଁ ଦୀର୍ଘ ଦିନ ଧରି ବିଭିନ୍ନ ରାଷ୍ଟ୍ରରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଜାରି ହୋଇଥିଲା। ଏବେ ବି ଜନଜୀବନ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇନାହିଁ। ସ୍କୁଲ୍‌ ପିଲାମାନଙ୍କର ପାଠପଢ଼ା ଅନଲାଇନ୍‌ରେ ଚାଲିଛି। କିଛି ସ୍ଥାନରେ ସ୍କୁଲ୍‌‌ ଖୋଲିଥିଲେ ବି ସଂକ୍ରମଣ ବଢ଼ିବାରୁ ପୁଣିଥରେ ସ୍କୁଲ୍‌, କଲେଜ ବନ୍ଦ ହେଲାଣି। ତେବେ ୨୦୨୦ରେ କରୋନା ମହାମାରୀ ଯୋଗୁଁ ଯେଉଁ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ‌ହୋଇଥିଲା ଏଥିପାଇଁ ବିଶ୍ବବ୍ୟାପୀ ୧୫ ଲକ୍ଷ ସ୍କୁଲ୍‌ ବନ୍ଦ ରହିଥିଲା ଏବଂ ୨୪.୭ କୋଟି ସ୍କୁଲ୍‌ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି।

ଏକ ପ୍ରେସ୍‌ ବିବୃତି ଜାରି କରି ୟୁନିସେଫ୍‌ କହିଛି, ଅନଲାଇନ୍‌ ଶିକ୍ଷା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ବିଶ୍ବରେ କେବଳ ପ୍ରତି ୪ ଜଣରେ ଜଣଙ୍କର ମୋବାଇଲ ଫୋନ୍‌ ଏବଂ ଇଣ୍ଟରନେଟ୍‌ ସଂଯୋଗ ରହିଛି। ତେଣୁ ସମସ୍ତଙ୍କ ପାଇଁ ଅନଲାଇନ୍‌ କ୍ଲାସ୍‌ ସମ୍ଭବ ନୁହେଁ। ୟୁନିସେଫ୍‌ ରିପୋର୍ଟ ଅନୁଯାୟୀ ଭାରତରେ କୋଭିଡ୍‌ ପୂର୍ବରୁ କେବଳ ୨୪ ପ୍ରତିଶତ ଘରେ ମୋବାଇଲ୍‌ ଫୋନ୍‌ ନଥିଲା। ଭାରତରେ ଏଯାବତ୍‌ କେବଳ ୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍‌ ଖୋଲିଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି