ନୂଆଦିଲ୍ଲୀ ୧୨/୦୨: ମାନ୍ୟତା ଦତ୍ତ ସଞ୍ଜୟ ଦତ୍ତଙ୍କ ତୃତୀୟ ପତ୍ନୀ । ୨୦୦୮ ରେ ସଞ୍ଜୟ ଦତ୍ତ ୧୯ ବର୍ଷିୟା ମାନ୍ୟତାଙ୍କୁ ବିବାହ କରିଥିଲେ। ତେବେ ଦୁଇଟି ବିବାହର ବିଫଳତା ଏକାଧିକ ରିଲେସନେସିପ୍ ନେଇ ଚର୍ଚ୍ଚାରେ ରହୁଥିବା ସଞ୍ଜୟଙ୍କ ଜୀବନରେ କିପରି ମାନ୍ୟତାଙ୍କ ଏଣ୍ଟ୍ରି ହୋଇଥିଲା । ଏହି ପ୍ରଶ୍ନ ସବୁ ସିନେ ପ୍ରେମିଙ୍କ ମନରେ ଥିଲା ।କାରଣ ସଞ୍ଜୟ ତାଙ୍କ ଦ୍ୱିତୀୟ ପତ୍ନୀଙ୍କଠାରୁ ଅଲଗା ହୋଇ ଜଣେ ଜୁନିଅର କଳାକାର ନାଡିଆ ଦୁରାନିଙ୍କୁ ଡେଟ୍ କରୁଥିଲେ ଆଉ ହଠାତ୍ ମାନ୍ୟତାଙ୍କୁ ବାହା ହୋଇଗଲେ ।
ମାନ୍ୟତା ବଲିଉଡ ଏଣ୍ଟ୍ରି କରିବା ଦିନରୁ ଷ୍ଟ୍ରଗଲ୍ କରୁଥିଲେ । ସେ ଜଣେ ସଫଳ ଅଭିନେତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ କାମ ମିଳୁନଥିଲା । ତେଣୁ ମାନ୍ୟତା ବି ଏବଂ ସି ଗ୍ରେଡ୍ ଚଳଚ୍ଚିତ୍ର କରିବା ଆରମ୍ଭ କରିଥିଲେ । ସଞ୍ଜୟଙ୍କ ସହ ମାନ୍ୟତାଙ୍କ ସାକ୍ଷାତ୍ ଆକ୍ସିଡେଣ୍ଟାଲ୍ । ସଞ୍ଜୟ ସି ଗ୍ରେଡ୍ ଫିଲ୍ମ ‘ଲଭର୍ସ ଲାଇକ୍’ ର ରାଇଟ୍ସ କିଣିବା ବେଳେ ପ୍ରଥମ ଥର ମ୍ୟାନିତାଙ୍କୁ ଭେଟିଥିଲେ।ମାନ୍ୟତା ସଞ୍ଜୟଙ୍କୁ ଫୋନ କରନ୍ତି ଏବଂ ଯେତେବେଳେ ସେ ଏକୁଟିଆ ରହୁଥିଲେ, ସେ ତାଙ୍କୁ ଦେଖା କରି ନିଜ ହାତ ରନ୍ଧା ଖାଦ୍ୟ ଖୁଆଉଥିଲେ। କିନ୍ତୁ ସଞ୍ଜୟଙ୍କ ଗର୍ଲଫ୍ରେଣ୍ଡ ନାଡିଆ କେବଳ ତାଙ୍କ କ୍ରେଡିଟ୍ କାର୍ଡକୁ ଭଲ ପାଉଥିଲେ। ମାନ୍ୟତା ବିନା କିଛି ମାଗି ତାଙ୍କ ପାଇଁ ସବୁକିଛି କରୁଥିଲେ । ମାନ୍ୟତାଙ୍କ ଏହି ଗୁଣ ସଞ୍ଜୟଙ୍କୁ ଭଲ ଲାଗିଥିଲା ଏବଂ ସେ ମାନ୍ୟତାଙ୍କୁ ପସନ୍ଦ କରିବାକୁ ଲାଗିଥିଲେ । ପରେ ସଞ୍ଜୟ ମାନ୍ୟତାଙ୍କୁ ବିବାହ କରିଥିଲେ ।
ଯେତେବେଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, ଲୋକମାନେ କହୁଥିଲେ ଯେ, ଏହି ସମ୍ପର୍କ ଅଳ୍ପ କିଛି ଦିନ ପର୍ଯ୍ୟନ୍ତ ଚାଲିବ।କାରଣ ଉଭୟଙ୍କ ମଧ୍ୟରେ ବୟସର ବ୍ୟବଧାନ ଅଧିକ ରହିଥିଲା। ଏହି ଏଜ୍ ଗ୍ୟାପ୍ ଯୋଗୁଁ ସେମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ ନାହିଁ ବୋଲି ଲୋକମାନେ ଭାବୁଥିଲେ । କିନ୍ତୁ ମାନ୍ୟତା ଏହି ସବୁ ଗସିପ୍ ପ୍ରତି କେବେବି ଧ୍ୟାନ ଦେଇନଥିଲେ । ସଞ୍ଜୟ ଦତ୍ତଙ୍କ ଖରାପ ସମୟରେ ମଧ୍ୟ ସେ ତାଙ୍କ ସହିତ କାନ୍ଥ ପରି ଠିଆ ହୋଇଥିଲେ ।
ସଂଜୟ ଦତ୍ତଙ୍କ ଜୀବନରେ ଅନେକ ଉତ୍ଥାନ ଓ ପତନ ଘଟିଛି, କିନ୍ତୁ ଅଭିନେତା ଏବଂ ତାଙ୍କ ପତ୍ନୀ ମାନ୍ୟତା ସବୁ ସମସ୍ୟାକୁ ଧୈର୍ଯ୍ୟ ଏବଂ ସାହସର ସହିତ ସାମ୍ନା କରିଛନ୍ତି । ସେ କ୍ୟାନ୍ସର ଭଳି ଏକ ଗମ୍ଭୀର ରୋଗ ହେଉ କି ସଞ୍ଜୟଙ୍କ ଜେଲ ଯିବା ହେଉ ।୨୦୧୩ ରେ, ଯେତେବେଳେ ସଞ୍ଜୟ ଦତ୍ତ ଜେଲ ଯାଇଥିଲେ, ମାନ୍ୟତା ତାଙ୍କ ପିଲାମାନଙ୍କର ଯତ୍ନ ନେଇଥିଲେ । ସେତେବେଳେ ମନାତା ଏବଂ ସଞ୍ଜୟଙ୍କ ପିଲାମାନେ ମାତ୍ର ୨ବର୍ଷର ହୋଇଥିଲେ । ମାନ୍ୟତା ନିଜକୁ ସମ୍ଭାଳିବା ସହିତ ତାଙ୍କର ଉଭୟ ପିଲାଙ୍କୁ ମଧ୍ୟ ଏକାକୀ ପାଳନ ପୋଷଣ କରିଥିଲେ ।
ମାନ୍ୟତା କହିଥିଲେ, ‘ଏହି ଖବର ଆମ ପୁଅ ପାଇଁ ଏକ ବଡ଼ ଝଟକା ହେବାନେଇ ମୁଁ ଆଶଙ୍କିତ ଥିଲି, କିନ୍ତୁ ବୋଧହୁଏ ସେ ଏସବୁ ବୁଝି ପାରୁନଥିଲା ଯେ କ’ଣ ହୋଇଛି ଆଉ କାହିଁକି ହୋଇଛି ।‘ ମାନ୍ୟତାଙ୍କର ଆଉ ଗୋଟେ ଚିନ୍ତା ମଧ୍ୟ ଥିଲା ଯେ ତାଙ୍କ ପୁଅ ଏହା ଅନୁଭବ ନକରୁ ଯେ ତାର ବାପା ପୂର୍ବରୁ କରିଥିବା ଭୁଲ୍ ସବୁ ଠିକ୍ ଥିଲା ।’ ସେମାନଙ୍କ ସମ୍ପର୍କ ବିଷୟରେ ବିଶେଷ କଥାଟି ହେଉଛି ଯେ, ଦୁହେଁ ପରସ୍ପର ଉପରେ ନିଜର କୌଣସି ମତ ଲଦିଦିଅନ୍ତି ନାହିଁ । ଏତେ ବର୍ଷର ବିବାହ ପରେ ମଧ୍ୟ ଆଜି ବି ସଞ୍ଜୟ-ମାନ୍ୟତା ଙ୍କ ମଧ୍ୟରେ ଭଲପାଇବା ରହିଛି ।