ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସଜା କାଟୁଥିବା ଏହି କଏଦୀ ଜଣକ ନିଜ ଦକ୍ଷତା ବଳରେ ବଦଳାଇଦେଲେ ଜେଲର ଛବି: ଅନ୍ୟ କଏଦୀଙ୍କ ପାଇଁ ସାଜିଲେ ପ୍ରେରଣା

ଉଦୟପୁର ୧୨/୧୧ : ରାଜସ୍ଥାନର ହ୍ରଦ ସହର (ଲେକ୍‌ ସିଟି) ଉଦୟପୁର ସେଣ୍ଟ୍ରାଲ ଜେଲରେ ସଜା କାଟୁଥିବା ଜଣେ କଏଦୀ ନିଜ ପ୍ରତିଭାରେ ଜେଲର ପ୍ରତିଛବି ବଦଳାଇ ଦେଇଛନ୍ତି। କଏଦୀ ଜଣକ ଜେଲ କାନ୍ଥଗୁଡିକୁ ନିଜ ଦକ୍ଷତାରେ ପୁନର୍ଜୀବିତ କରିଦେଇଛନ୍ତି। ରଙ୍ଗବେରଙ୍ଗ କଳାକୃତିରେ ସୁସଜ୍ଜିତ କରିଦେଇଛନ୍ତି। ସେଣ୍ଟ୍ରାଲ ଜେଲ କୌଣସି ମ୍ୟୁଜିୟମ ଭରୁ କମ ଦେଖାଯାଉନାହିଁ।

ଜେଲ କାନ୍ଥରେ କଳାକୃତି ଆଙ୍କିଥିବା କଏଦୀ ସାଧୁରାମ ଏହି ଜେଲରେ ଏନଡିପିଏସ୍ ମାମଲାରେ ଗତ ୧୨ ବର୍ଷ ହେଲା ସଜା କାଟୁଛନ୍ତି। ସାଧୁରାମଙ୍କୁ ଯେତେବେଳେ ଜେଲରେ ତାଙ୍କ ରୁଚି ସମ୍ପର୍କରେ ପଚରା ଯାଇଥିଲା ସେ କହିଥିଲେ ପେଣ୍ଟିଙ୍ଗ ପ୍ରତି ତାଙ୍କର ରୁଚି ଅଛି ଏବଂ ସେ ଭଲ ପେଣ୍ଟିଙ୍ଗ କରନ୍ତି। ଏହାପରେ ଜେଲ ପ୍ରଶାସନ ତାଙ୍କୁ ବିଭିନ୍ନ ରଙ୍ଗ ଓ ତୁଳି ଆଣିଦେଇଥିଲେ। ସାଧୁରାମ ଜେଲ ପ୍ରଶାସନର ଭରସା ରଖିଥିଲେ। ସେ ନିଜ ଦକ୍ଷତାରେ ଦୁଇ ବର୍ଷରେ ଜେଲ ପରିସରରେ ଶହ ଶହ ପେଣ୍ଟିଙ୍ଗ କଲେ। ନିଜ ପେଣ୍ଟିଙ୍ଗରେ ସେ ଜେଲର ପୁରା ଦୃଶ୍ୟ ବଦଳାଇଦେଲେ।


ସାଧୁରାମଙ୍କ ପରିଶ୍ରମ ଓ ଦକ୍ଷତା ଦେଖି ଅନ୍ୟ କଏଦୀ ମଧ୍ୟ ପ୍ରଭାବିତ ହେଲେ। ଗତ ଦୁଇ ବର୍ଷ ମଧ୍ୟରେ ଅନ୍ୟ କଏଦୀ ମଧ୍ୟ ପେଣ୍ଟିଙ୍ଗ କରିବା ଶିଖି ସାଧୁରାମଙ୍କୁ ସାହାଯ୍ୟ କରିଛନ୍ତି। ସାଧୁରାମ ଓ ଅନ୍ୟ କଏଦୀ ଜେଲ ପରିସରରେ ଧାର୍ମିକ ପେଣ୍ଟିଙ୍ଗ ସହ ମହାରଣା ପ୍ରତାପ ଓ ଶିବାଜୀ ମହାରାଜ ଭଳି ଐତିହାସିକ ପାତ୍ରମାନଙ୍କ ଚିତ୍ର ମଧ୍ୟ ଆଙ୍କିଛନ୍ତି। ଜେଲ ପରିସରରେ ସୁନ୍ଦର ସୁନ୍ଦର ପେଣ୍ଟିଙ୍ଗ କରି ଏହି କଏଦୀମାନେ ଜେଲର ପୁରା ଛବି ବଦଳେଇ ଦେଇଛନ୍ତି।


ଉଦୟପୁର ଜେଲରେ କଏଦୀ ସାଧୁରାମଙ୍କୁ ଜନସାଧାରଣଙ୍କ ସାହାଯ୍ୟରେ ପେଣ୍ଟିଙ୍ଗ ସାମଗ୍ରୀ ଉପଲବ୍ଧ କରାଯାଇଥିଲା। ଏଥିପାଇଁ ପାଖାପାଖି ସାଢେ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଜେଲ ପ୍ରଶାସନଙ୍କ ସହଯୋଗରେ କଏଦୀ ନମ୍ବର ୨୫୯ ସାଧୁରାମ କେବଳ ଜେଲର ପ୍ରତିଛବିକୁ ବଦଳାଇ ନାହାନ୍ତି ବରଂ ଜେଲରୁ ବାହାରିବା ପରେ ଏହି ପେସାକୁ ନିଜ ଜୀବନଜୀବିକାରେ ସାମିଲ କରିବାକୁ ଚାହୁଁଛନ୍ତି। ପେଣ୍ଟିଙ୍ଗକୁ ସେ ନିଜ ରୋଜଗାରର ପନ୍ଥା କରିବାକୁ ଚାହୁଁଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ