ଖେଳ ରାଜ୍ୟ

ସଚିବାଳୟର ଦୁଇ ବିଶିଷ୍ଟ ଯୁବ କ୍ରୀଡା ପ୍ରତିଭାଙ୍କୁ ସମ୍ୱର୍ଦ୍ଧନା

ଭୁବନେଶ୍ୱର ୨୪/୦୩: ଓଡିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂସଦ ଆନୁକୁଲ୍ୟରେ ସଚିବାଳୟ ଖେଳ ପଡ଼ିଆରେ ଦୁଇ ବିଶିଷ୍ଟ ଯୁବ କ୍ରୀଡା ପ୍ରତିଭାଙ୍କୁ ସମ୍ୱର୍ଦ୍ଧନା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ୍ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ପଦକ ବିଜେତା ଶ୍ରୀ ଦୀପ ରଞ୍ଜନ ବିଶୋଇ (ଅର୍ଥ ବିଭାଗର ଉପ ବିଭାଗ ଅଧିକାରୀ) ଓ ସର୍ବଭାରତୀୟ ପ୍ରଶାସନିକ ସେବା ଚେସ ପ୍ରତିଯୋଗିତାରେ ପଦକ ବିଜେତା ଶ୍ରୀମତୀ ଅଭିଶିକ୍ତା ପଟ୍ଟନାୟକ ( ମହିଳା ଓ ଶିଶୁ ବିକାଶ ବିଭାଗ ର ଉପ ବିଭାଗ ଅଧିକାରୀ) ଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଆଜି ଦେଶର କ୍ରୀଡା ରାଜଧାନୀ ରୂପେ ବିଦିତ ହେବା ସହିତ ହକି ବିଶ୍ବ କପ୍ ଓ ଏସୀୟ କ୍ରୀଡା ପରି ଆନ୍ତର୍ଜାୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ନିଜ ଉଦବୋଧନରେ ଶ୍ରୀ ଦେବ୍ କହିଥିଲେ । ଓଡ଼ିଶାରେ କ୍ରୀଡା ପାଇଁ ଯଥେଷ୍ଟ ସୁଯୋଗ ରହିଛି ଏବଂ କର୍ମଚାରୀ ମାନଙ୍କ ମଧ୍ୟରେ ଥିବା କ୍ରୀଡା ପତିଭାମାନେ ଆଗକୁ ଆସି ଏହାର ଫାଇଦା ଉଠାଇବା ଜରୁରୀ ବୋଲି ମଧ୍ୟ ସେ କହିଥିଲେ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗର ଯୁଗ୍ମ ସଚିବ ଚିତ୍ତ ରଞ୍ଜନ ହୋତା, ସଚିବାଳୟ କ୍ରୀଡା ସଂସଦର ସଭାପତି, ଦେବୀଦତ୍ତ ମିଶ୍ର, ସାଧାରଣ ସମ୍ପାଦକ, ହର ପ୍ରସାଦ ବିଶ୍ଵାଳ ଏବଂ କର୍ମକର୍ତ୍ତା ତ୍ରିନାଥ ପଲେଇ, ବିବେକାନନ୍ଦ ସାହୁ, ଦେବୀ ପ୍ରସାଦ ଦାସ, ସଞ୍ଜୀବ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ