ମନୋରଞ୍ଜନ

ସଙ୍ଗରୋଧ ଶେଷ କରି ଘରକୁ ଫେରିଲେ ବରୁଣ, ସନ୍ଦୀପ

ମୁମ୍ବାଇ: ଆଇପିଏଲ୍ ଜୈବ ବଳୟରେ ଥାଇ କରୋନା ସଂକ୍ରମିତ ହେବାରେ ପ୍ରଥମ ଖେଳାଳି ହୋଇଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଲେଗସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ତାଙ୍କ ଦଳୀୟ ସାଥୀ ତଥା ଯୁବ ଦ୍ରୁତ ବୋଲର ସନ୍ଦୀପ ୱାରିୟର ସୁସ୍ଥ ହେବା ପରେ ସଙ୍ଗରୋଧ ଅବଧି ଶେଷ କରି ନିଜ ନିଜ ଘରକୁ ଫେରିଛନ୍ତି। ଉଭୟ ଗତ ୧୦ ଦିନ ହେବ ସଙ୍ଗ‌ରୋଧରେ ଥିଲେ। ‌ନେଗେଟିଭ୍ ଆସିବା ପରେ ବି କେକେଆର୍‌ ଚିକିତ୍ସା ମଣ୍ଡଳି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବ ବୋଲି ଦଳ ସୋମବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି। ଆଗାମୀ ସମୟରେ ସେମାନଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ୍ ମଧ୍ୟ କରାଯିବ।

ତେବେ କେକେଆର୍‌ର କିୱି ତାରକା ଟିମ୍ ସେଫର୍ଟ ଏବେବି ସଙ୍ଗରୋଧରେ ରହିଛନ୍ତି। ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣର ଏକାଧିକ ମାମଲା ପାଇଁ ଚଳିତ ମାସ ୪ ତାରିଖରେ ବାତିଲ ହୋଇଥିବା ଆଇପିଏଲ୍-୨୦୨୧ର କଠୋର ଜୈବ ବଳୟ ସତ୍ତ୍ବେ ଡାକ୍ତରଖାନାକୁ ଚିକିତ୍ସା କରିବାକୁ ଯାଇଥିଲା ବେଳେ ବରୁଣ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କଠାରୁ ୱାରିୟର ଏବଂ ୱାରିୟରଙ୍କଠାରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ସ୍ପିନର ଅମିତ ମିଶ୍ରାଙ୍କ ଶରୀରରେ ମାରାତ୍ମକ କରୋନା ଭୂତାଣୁ ପହଞ୍ଚି ଯାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ