ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସଙ୍କଟରେ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ, ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲା

ଫୁଲବାଣୀ ୧୨/୦୪: ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢ଼ା । ଯାହାକି ସମସ୍ତଙ୍କୁ ଚକିତ କରିଛି । ଅଙ୍ଗନବାଡି କେନ୍ଦ୍ରର ଗୋଟିଏ ପଟର କାନ୍ଥ ଭୁଷୁଡି ପଡିଲାଣି କେବେଠୁ । ଅନ୍ୟ ସବୁ କାନ୍ଥ ମଧ୍ୟ ଦୁର୍ବଳ । କେଉଁ ମୁହୁର୍ତ୍ତରେ ଅନ୍ୟ କାନ୍ଥ ଭୁଷୁଡି ପଡିଲେ କଥା ସରିଲା । କୋମଳ ମତି ଶିଶୁମାନଙ୍କ ଅକାଳରେ ଜୀବନ ଚାଲିଯିବ ଏଥିରେ ସନ୍ଦେହ ନାହିଁ ।

ଏଭଳି ଦୟନୀୟ ଅବସ୍ଥାରେ ଆଉ ଗୋଟିଏ କୋଠରୀରେ ପାଠପଢ଼ା ଚାଲିଛି । ଏଭଳି ଅବସ୍ଥା ଦେଖବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଳକର ବଲସ କୁମ୍ପା ପଞ୍ଚାୟତର ୭ ନମ୍ବର ୱାର୍ଡ ରେଥବା ଅଙ୍ଗନବାଡି କେନ୍ଦ୍ରରେ । କରୋନା ପାଇଁ ଅଙ୍ଗନବାଡି କେନ୍ଦ୍ର ବର୍ଷାଧିକ ଧରି ବନ୍ଦ ଥିଲା । ହେଲେ ପ୍ରଶାସନ ମରାମତି କଲାନିଣ । ଏଵେ କରୋନା କଟକଣା ଉଠିବା ପରେ ଅଙ୍ଗନବାଡି କେନ୍ଦ୍ର ଆରମ୍ଭ ହେଲା ।

ଗତ ୩୫ ବର୍ଷ ତଳେ କୁଆଡେ ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଇଥିଲା । ରକ୍ଷଣାବେକ୍ଷଣ ଅଭାବରୁ ଗୃହରେ ଲାଗି ଥିବା କାଠ ଗୁଡିକରେ ଉଇ ଧରିଲାଣି । ଅନ୍ୟ କାନ୍ଥ ଗୁଡ଼ିକ ମଧ୍ୟ କେଉଁଠି କେଉଁଠି ଫାଟି ଆଁ କରିଛି । ଏଭଳି ସ୍ଥିତିରେ କେନ୍ଦ୍ରକୁପିଲ।ଙ୍କୁ ପାଠ ପଢିବା ଲାଗି ଛାଡିବାକୁ ଭୟ କରୁଥିବା କହିଛନ୍ତି ଅଭିଭାବକ ।

ନୂତନ ଅଙ୍ଗନବାଡି କେନ୍ଦ୍ରଟିଏ ନିର୍ମାଣ କରିବା ଲାଗି ବହୁବାର ବିଡିଓ, ଡିଏସ ଡକ୍କୁ ଓ ଉପଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଗ୍ରାମବାସୀ, ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି