ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଖାଆନ୍ତୁ ରସୁଣ, ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ସହ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ

ଭୁବନେଶ୍ୱର ୧୭/୧୧ : ଭାରତୀୟ ବ୍ୟଞ୍ଜନରେ ରସୁଣର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତୀୟ ବ୍ୟଞ୍ଜନରେ ରସୁଣକୁ ନଜରଅନ୍ଦାଜ କରିବା ମୁସକିଲ। ରସୁଣ ବ୍ୟଞ୍ଜନର ସ୍ୱାଦ ଦୁଇଗୁଣ କରିଦେଇଥାଏ। ରସୁଣ କେବଳ ଖାଇବାରେ ବ୍ୟବହୃତ ହୁଏନାହିଁ ବରଂ ବିଭିନ୍ନ ରୋଗ ପାଇଁ ଘରୋଇ ଉପଚାର ଭାବେ ମଧ୍ୟ ବ୍ୟବହାର କରାଯାଏ। ଥଣ୍ଡା, କାଶ, ଉଚ୍ଚ ରକ୍ତଚାପ, ଦାନ୍ତ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଓ ସଂକ୍ରମଣ ମୁକାବିଲା ପାଇଁ ଭିନ୍ନ ଭିନ୍ନ ଉପାୟରେ ସେବନ କରାଯାଇଥାଏ। ସକାଳୁ ଖାଲି ପେଟରେ ରସୁଣ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ପ୍ରମାଣିତ ହୋଇଥାଏ।

ଦୁଇ ପାଖୁଡା ରସୁଣ ଚୋପା ଛଡାଇ ସକାଳୁ ଖାଲି ପେଟରେ ଖାଇ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ। ଖାଲି ପେଟରେ ଦୁଇ ପାଖୁଡା ରସୁଣରୁ ଅଧିକ ସେବନ କରନ୍ତୁନି। ଯଦି ଆପଣଙ୍କୁ ବାନ୍ତି ଲାଗୁଥାଏ କିମ୍ବା ମୁଣ୍ଡ ବୁଲାଇବା ଭଳି ଅନୁଭୂତ ହୁଏ ତାହେଲେ ଖାଲି ପେଟରେ ରସୁଣ ଖାଆନ୍ତୁନି। ଗର୍ଭବତୀ ମହିଳା, ଛୋଟ ପିଲା, ମଧୁମେହ ରୋଗୀ, ନିମ୍ନ ରକ୍ତଚାପ ରୋଗୀ ଏବଂ ସ୍ତନପାନ କରାଉଥିବା ମହିଳା ମଧ୍ୟ ଖାଲି ପେଟରେ ରସୁଣ ଅନୁଚିତ।

କଞ୍ଚା ରସୁଣ ଖାଇଲା ପାଟିରୁ ଦୁର୍ଗନ୍ଧ ବାହାରିଥାଏ ଏବଂ ଜ୍ବଳନ ମଧ୍ୟ ହୋଇଥାଏ। କିନ୍ତୁ ରସୁଣ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ରସୁଣରେ କମ ମାତ୍ରାରେ କ୍ୟାଲୋରୀ ଅଛି ଏବଂ ଭରପୁର ମାତ୍ରାରେ ଭିଟାମିନ-ସି, ଭିଟାମିନ ବି୬ ଓ ମିନେରାଲ୍ସ ରହିଛି। ଏଥିରେ ସଲଫର ମଧ୍ୟ ରହିଛି ଯେଉଁଥିପାଇଁ ରସୁଣକୁ ଚୋବେଇଲେ ସଲଫର ଯୌଗିକ ବା ଗନ୍ଧକ ଯୌଗିକ ଉତ୍ପନ୍ନ ହୋଇଥାଏ। ଏହି ଯୌଗିକ ପାଚନ ନଳୀ ଦେଇ ଶରୀରରେ ଦାଖଲ ହୋଇ ପୁରା ଶରୀରରେ ପହଞ୍ଚିଥାଏ। ଶରୀରରେ ପହଞ୍ଚିବା ପରେ ଏହା ବାୟୋଲୋଜିକାଲ ପ୍ରଭାବ ପକାଇଥାଏ।


ଦିନକୁ ୪-୫ ପାଖୁଡା ରସୁଣ ଖାଇଲେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ଶୀତ ଦିନରେ ରସୁଣ ଖାଇବା ଉଚିତ। ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆ ସଂଖ୍ୟା ବଢାଇବା ପାଇଁ ରସୁଣ ବହୁତ ଲାଭକାରୀ। ଏହା ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ପେଟ ସମ୍ବନ୍ଧୀୟ ସମସ୍ୟା ଅର୍ଥାତ ଡାଇରିଆ ଓ କୋଷ୍ଠକାଠିନ୍ୟ ମଧ୍ୟ ରୋକିଥାଏ। କଞ୍ଚା ରସୁଣ ଡିଟକ୍ସ ଜୁସରୁ ବି ଅଧିକ ଲାଭଦାୟକ। କଞ୍ଚା ରସୁଣ ଶରୀରରୁ ଟକ୍ସିନ ବାହାର କରିଥାଏ।

ଶୀତ ଦିନରେ ସାଧାରଣତଃ ଚର୍ମ ଶୁଷ୍କ ହୋଇ କୁଣ୍ଡେଇ ହୋଇଥାଏ। ଚର୍ମ ସମ୍ବନ୍ଧୀୟ ରୋଗ ରୋକିବାରେ ମଧ୍ୟ ରସୁଣ ପ୍ରଭାବଶାଳୀ। ସକାଳୁ ଖାଲି ପେଟରେ ରସୁଣ ଖାଇଲେ ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ