ରାଜ୍ୟ ସ୍ପେଶାଲ ରିପୋର୍ଟ

ସଅଳ ହେବ ସ୍ନାନପୂର୍ଣ୍ଣିମା ନୀତିକାନ୍ତି: ଶ୍ରୀବିଗ୍ରହ ସମ୍ମୁଖରେ ଛିଡ଼ା‌ହେବେନି ସେବକ

ପୁରୀ : ସ୍ନାନପୂର୍ଣ୍ଣିମା ନୀତିକାନ୍ତି ସଅଳ ହେବ। ଲକ୍ଷାଧିକ ଭକ୍ତ ବିନା ବାଧାରେ ଯେପରି ଦର୍ଶନ ପାଇବେ, ସେନେଇ ବନ୍ଦୋବସ୍ତ କରାଯିବ। ସେବକମାନେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡ଼ାହୋଇ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଯେପରି ବାଧା ସୃଷ୍ଟି ନକରିବେ ତା’ ଉପରେ ଗୁରୁତ୍ବ ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସ୍ନାନପୂର୍ଣ୍ଣିମା ନୀତି ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଶୁକ୍ରବାର ଶ୍ରୀମନ୍ଦିରରେ ଦଇତାପତିଙ୍କ ପ୍ରବେଶ ହେବ। ରାତ୍ର ୧୨ଟାରେ ପହୁଡ ଆଳତି ସରିବାପରେ ୧୨ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ୧୨ଟା୨୫ରେ ବାହୁଟି କଣ୍ଟକ ଓ ୧୨ଟା ୪୦ରେ କୋଠ ସୁଆଁସିଆ ଚାରବନ୍ଧାକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ଏଣେ ସେନାପଟା ଲାଗି ବାହୁଟ କଣ୍ଟ ପାଇଁ ଗତକାଲି ରାତିରେ ସାକ୍ଷୀଗୋପାଳରୁ ଆଠଫୁଟ ଲମ୍ବ ଓ ୩ଫୁଟ ଓସାରର ବଉଳ କାଠ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିସାରିଛି। ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ନିଯୋଗର ପ୍ରମୁଖ ଦାୟିତ୍ୱ ରହିଥିବାରୁ ସେମାନଙ୍କ ସହ ସମନ୍ୱୟ ବୈଠକ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର୍‌ରୁ ସେନାପଟା ଲାଗି ନୀତି ପରେ ସକାଳ ୬ଟା ପୂର୍ବରୁ ପହଣ୍ଡି ନୀତି ଶେଷ ହେବ। ସକାଳ ୯ଟା ସୁଦ୍ଧା ଦିବ୍ୟ ସ୍ନାନ ଓ ୧୨ଟାରେ ଗଜାନନ ବେଶ ବା ହାତୀ ବେଶ ହେବା ନେଇ ନିଷ୍ପତ୍ତି ହୋଇଛି। ରାତି ୧୧ଟା ସୁଦ୍ଧା ବାହୁଡା ପହଣ୍ଡି କରାଯିବ।

ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ଭିତର ସେବାୟତ ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ସଅଳ ନୀତିକାନ୍ତି ଉପରେ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ମନ୍ଦିରର ନୀତିକାନ୍ତି ଉପରେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ନିର୍ଭର କରୁଥିବାରୁ ଏଥିପ୍ରତି ଦୃଷ୍ଟି ଦିଆଯିବ। କୌଣସି ସେବାୟତ ଯେପରି ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡ଼ାହୋଇ ଦର୍ଶନରେ ବ୍ୟାଘାତ ସୃଷ୍ଟି ନକରନ୍ତି, ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ଏଥିସହିତ, ସ୍ନାନଯାତ୍ରା ଓ ଗଜବେଶ ଦର୍ଶନ ପାଇଁ ଭକ୍ତମାନେ ମାର୍କେଟ୍‌ ଛକରୁ ଧାଡ଼ିରେ ଯିବାକୁ ୩ ଥାକିଆ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ‌ସେ କହିଛନ୍ତି, ବ୍ୟାରିକେଡ୍‌ ଉପରେ କପଡ଼ାର ସିଲିଂ କରାଯାଉଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ୩ରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ମାର୍କେଟ୍‌ ଛକଠାରୁ ଶ୍ରୀନଅର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।