ରାଜ୍ୟ

ସଅଳ ଦର୍ଶନ ଦେଲେ ଶ୍ରୀଲୋକନାଥ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ‌ ବର୍ଷକ ପରେ ଦର୍ଶନ ଦେଇଛନ୍ତି ପ୍ରଭୁ ଶ୍ରୀଲୋକନାଥ। ମନ୍ଦିର ଗମ୍ଭୀରାରୁ ପଙ୍କୋଦ୍ଧାର ପରେ ଅପୂର୍ବ ରୂପ ସଂଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଏଥିସହ ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ଆରମ୍ଭ ହୋଇଛି ଜାଗର ଯାତ୍ରା। ଅନ୍ୟ ଶୈବ ପୀଠରେ କେବଳ ଗୋଟିଏ ଦିନ ଜାଗର ଯାତ୍ରା ପାଳିତ ହେଉଥିବା ବଳେ ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀରୁ ଆରମ୍ଭ ହୋଇଛି ଯାତ୍ରା। ଭୋର ୪ଟାରୁ ୬ଟା ମଧ୍ୟରେ ପଙ୍କୋଦ୍ଧାର ଶେଷ ହୋଇ ପ୍ରଭୁଙ୍କୁ ମାଘସ୍ନାନ ସମାପନ ପରେ ସକାଳ ୮ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଉପସ୍ଥିତିରେ ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସେବକମାନେ ପାଣି କାନ୍ଧେଇ ଖାଲି କରୁଥିବା ବେଳେ ନିର୍ଦ୍ଧାରିତ ସମୟରେ ଭକ୍ତଙ୍କ ଦର୍ଶନକୁ ଦୃଷ୍ଟିରେ ରଖି ପମ୍ପ ଜରିଆରେ ମଧ୍ୟ ପାଣି ଖାଲି କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗୁଆ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଭକ୍ତ। ଭକ୍ତମାନେ ଦିନ ୧୨ଟାରେ ପରିବର୍ତ୍ତେସକାଳ ୮ଟାରୁ ଦର୍ଶନ ସୁଯୋଗ ପାଇଥିଲେ। ଭକ୍ତମାନେ ଗମ୍ଭୀରା ଭିତରେ ପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପୌରାଣିକ କିମ୍ବଦନ୍ତୀ ମୁତାବକ, ପ୍ରଭୁ ଶ୍ରୀରାମଚନ୍ଦ୍ର ଏହିଦିନ ଶ୍ରୀଲୋକନାଥଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ। ତେଣୁ ଆଜିର ଦର୍ଶନ ଲକ୍ଷେ ଶିବ ଲିଙ୍ଗ ଦର୍ଶନ ସହ ସମାନ ବୋଲି ବିଶ୍ବାସ ରହିଛି। ଅନ୍ୟପକ୍ଷରେ ପ୍ରଭୁ ଶ୍ରୀଲୋକନାଥ ବର୍ଷତମାମ ପାଣି, କ୍ଷୀର, ଫୁଲ ଓ ପତ୍ର ଆଦି ନୈବେଦ୍ୟ ମଧ୍ୟରେ ବର୍ଷ ସାରା ଗର୍ଭଗୃହ ମଧ୍ୟରେ ବୁଡ଼ି ରହୁଥିବାରୁ ଦର୍ଶନ ପାଇଁ ଆଜି ଗୋଟିଏ ଦିନ ସୁଯୋଗ ମିଳିଥିବାରୁ ଭକ୍ତମାନେ ଏହି ଦିନଟିକୁ ଅପେକ୍ଷା କରି ରହିଥ‌ିଲେ। ସକାଳୁ ଦର୍ଶନ ମିଳିଥିଲେ ହେଁ ମଧ୍ୟାହ୍ନ ପରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

୪ କ୍ବିଣ୍ଟାଲ୍‌ ଘିଅରେ ଜଳିଲା ଜଗତ ମଙ୍ଗଳ ଦୀପ
ଜାଗରପଦାରେ ପାର୍ବତୀ ସାଗର କୂଳରେ ଜଳିଛି ଜଗତ ମଙ୍ଗଳ ଦୀପ। ଚଳିତ ବର୍ଷ ୧୧ ବର୍ଷରେ ଏହା ପଦାର୍ପଣ କରିଛି। କଟକ ବିଡ଼ାନାସୀରୁ ନିର୍ମିତ ହୋଇ ଆସିଥିବା ଏହି ସ୍ବତନ୍ତ୍ର ଦୀପ ୮ଫୁଟ ଲମ୍ବ ଓ ୫ଫୁଟ ଚଉଡ଼ା ହୋଇଥିବା ବେଳେ ଏହାର ଗଭୀର ୨ ଫୁଟ ବିଶିଷ୍ଟ। ଆଜି ସନ୍ଧ୍ୟାରୁ ଜଗତ ମଙ୍ଗଳ ଦୀପ ଜଳିବା ଆରମ୍ଭ ହୋଇଛି। ମୋଟ୍‌ ୪ କ୍ବିଣ୍ଟାଲ୍‌ ଘିଅରେ ଦୀପ ଜଳିବ। ଜାଗର ମହାଦୀପ ଉଠିବା ପର୍ଯ୍ୟନ୍ତ ଦୀପ ଜଳିବା ସହ ଏହି ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ ବୋଲି ରାମକୃଷ୍ଣ ହୋତା କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।