କଳା ଓ ସଂସ୍କୃତି ରାଜ୍ୟ

ସଂସ୍କୃତି ଓ ପର୍ଯ୍ୟଟନ ସହର ପୁରୀରେ ସଂପୁର୍ଣ୍ଣ ଫିକା ପଡ଼ିଛି ନୂଆ ବର୍ଷ ପାଳନ, ତିନିଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ ୩୧/୧୨: ରାତି ପାହିଲେ ବିଦାୟ ନେବ ବର୍ଷ ୨୦୨୧। କୋଭିଡ଼ ୧୯ ଓ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଜି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି। ଯାହା ଫଳରେ ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ। ସଂସ୍କୃତି ଓ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ରରେ ସଂପୁର୍ଣ୍ଣ ଫିକା ପଡ଼ିଛି ନୂଆ ବର୍ଷ ପାଳନ । ଆଜିଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବା ବେଳେ ହୋଟେଲ ମାନଙ୍କରେ ଜିରୋ ନାଇଟ ସେଲିବ୍ରେସନ ଉପରେ ମଧ୍ୟ ଲାଗିଛି କଟକଣା ।

ଭକ୍ତ ମାନେ ଶ୍ରୀମନ୍ଦିର ବାହାରୁ ପତିତପାବନଙ୍କ ଦର୍ଶନ ଲାଭ କରି ବର୍ଷକୁ ବିଦାୟ ଦେଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି ବେଳାଭୂମି । କରୋନା ମହାମାରୀ ପାଇଁ ସବୁକିଛି ଫିକା ପଡ଼ିଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ସେହପରି ହୋଟେଲିୟର୍ସ ମାନେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଡ଼ିସ୍ ବନେଇବା ସହ କେକ୍ କାଟି ନୂଆବର୍ଷ ୨୦୨୨ କୁ ସ୍ୱାଗତ କରିବେ ବୋଲି କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,