କଳା ଓ ସଂସ୍କୃତି ରାଜ୍ୟ

ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଯାଜପୁରରେ ଜିଲ୍ଲାସ୍ତରୀୟ କଳାକାର ସମାବେଶ

ଚଣ୍ଡିଖୋଲ ୧୬।୧୨: ରାଜ୍ୟରେ ମୁଖ୍ୟମନ୍ତ୍ରୀ କଳାକାର ଯୋଜନା ମାଧ୍ୟମରେ ୫୦ ହଜାର କଳାକାର ଉପକୃତ ହେଉଛନ୍ତି । ତଥାପି ବହୁ କଳାକାର ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି । ଏଣୁ ରାଜ୍ୟର ସମସ୍ତ ଜିଲ୍ଲାରେ କଳାକାରମାନଙ୍କୁ ଏକାଠି କରାଯାଉଛି । କଟକ, ଫୁଲବାଣୀ ଜିଲ୍ଲା ପରେ ଗୁରୁବାର ଯାଜପୁରରେ କଳାକାର ସମାବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ଜାରକାଠାରେ ରାଜ୍ୟ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ କଳାକାର ସମାବେଶ ପାଇଁ ଅନୁଷ୍ଠିତ ହୋଇଛି ।

ଏହି ପ୍ରସ୍ତୁତି ବୈଠକ ଉତ୍ସବକୁ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ପ୍ରଦୀପ ପ୍ରଜ୍ବ୍ବଳନ କରି ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଯୋଗଦେଇ କଳାକାରଙ୍କ ସମସ୍ୟା ସମାଧାନ ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ପ୍ରତ୍ୟେକ ଜିଲ୍ଲାରେ କଳାକାର ସମାବେଶ ପାଇଁ ପ୍ରସ୍ତୁତି ଚାଲିଛି । ଏହି ବୈଠକରେ ଜିଲ୍ଲାର ୧୦ଟି ଯାକ ବ୍ଲକରୁ ବହୁ କଳାକାର ଯୋଗଦେଇଥିବା ବେଳେ କଳା, ସଂସ୍କୃତି ଓ ପରମ୍ପରାକୁ ବଂଚାଇବାକୁ କଳାକାର ଉଦ୍ୟମ ଜାରି ରହିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,