ଦେଶ ବିଦେଶ ମନୋରଞ୍ଜନ

ସଂସଦରେ ଜୟା ବଚ୍ଚନଙ୍କୁ ଭେଟିଲେ କିରନ୍‌ ଖେର୍‌, ଫଟୋ ସେୟାର କରି ଅଭିନେତ୍ରୀ ଦେଲେ ସ୍ପେସାଲ୍ ମେସେଜ୍‌

ନୂଆଦିଲ୍ଲୀ ୦୮।୦୪ : କିରନ୍ ଖେର ଜୟା ବଚ୍ଚନ ଦୁହେଁ ଦୁଇ ଦଶନ୍ଧିର କଳାକାର । ହେଲେ ଦୀର୍ଘ ବର୍ଷ ପରେ ଦୁହେଁ ଏକାଠି ନଜର ଆସିଛନ୍ତି । ତାହା ପୁଣି ସଂସଦରେ । କରିନ୍‌ ଜୟାଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉଭୟଙ୍କର ଏହି ଫଟୋ ସ୍ୱତନ୍ତ୍ର କାରଣ । ଜୟା ବଚ୍ଚନ ୨୦୦୪ ମସିହାରୁ ସମାଜବାଦୀ ପାର୍ଟିର ରାଜ୍ୟସଭାର ସଦସ୍ୟ ଅଟନ୍ତି। ଏଥି ସହ କିରନ୍ ଖେର ଚଣ୍ଡିଗଡ଼ରୁ ବିଜେପିର ଲୋକସଭା ସଦସ୍ୟ ଅଟନ୍ତି। ତେବେ ଏହି ଫଟୋରେ ଦୁହେଁ ସାଧାସିଧା ପୋଷାକରେ ନଜର ଆସିଛନ୍ତି । କିରଣ ଏକ ଧଳା ରଙ୍ଗର ସୁଟ ପିନ୍ଧିଥିବା ବେଳେ ଏବଂ ଜୟା ହଳଦିଆ ରଙ୍ଗର ଶାଢୀ ପିନ୍ଧିଛନ୍ତି ।

ତେବେ ଫଟୋ ସେୟାର କରି କିରଣ ଲେଖିଛନ୍ତି, ଏତେ ଦିନ ପରେ ସଂସଦରେ ଜୟା ବଚ୍ଚନଙ୍କୁ ଭେଟିବା ବହୁତ ଖାସ୍‌ ମଜାଦାର ଥିଲା। କିରଣଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ବହୁତ କମେଣ୍ଟ କରୁଛନ୍ତି । କହିବାକୁ ଗଲେ କିରଣ ଏବଂ ଜୟାଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ଅଭିଷେକ ବଚ୍ଚନ ଏବଂ ସିକନ୍ଦର ଖେରଙ୍କ ସମ୍ପର୍କ ମଧ୍ୟ ବହୁତ ଭଲ ସମ୍ପର୍କ ରଖିଛନ୍ତି ।

ଉଭୟଙ୍କ ବୃତ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, କିରଣ୍‌ ବର୍ତ୍ତମାନ ଶୋ’ ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟରେ ଜଜ୍ ଭାବରେ ନଜର ଆସିଛନ୍ତି । ଦୀର୍ଘ ସମୟ ପରେ କିରଣ କାମକୁ ଫେରିଛନ୍ତି । ସେପଟେ ଜୟାଙ୍କ ବିଷୟରେ କହିବାକୁ ଗଲେ ଶେଷ ଥର ପାଇଁ ୨୦୧୬ରେ କି ଆଣ୍ଡ କା ଫିଲ୍ମରେ ନଜର ଆସିଥିଲେ ।କୁହାଯାଉଛି ଏବେ ପୁଣି ଥରେ ଆଉ ଏକ ଫିଲ୍ମରେ ନଜର ଆସିବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ