ଅପରାଧ ରାଜ୍ୟ

ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ

ଉଦଳା ୨୮।୦୫: ଭାଇକୁ ପିଟି ପିଟି ହତ୍ୟା କରିଛି ଭାଇ । ପ୍ରଥମେ ହାତଗୋଡ ବାନ୍ଧି ଗଛରେ ଝୁଲାଇ ଦେଲା । ପରେ ଅତି ନିର୍ମମ ଭାବେ କାଠଫାଳିଆରେ ପିଟି ପିଟି ହତ୍ୟା କରିଛି । ମୃତକ ଲାଣ୍ଡୁ ମୁଣ୍ଡା । ଲାଣ୍ଡୁଙ୍କୁ ତାଙ୍କ କାକା ପୁଅ ଭାଇକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୟୂରଭଂଜ ଶରତ ଥାନା ବାଟିଘୁଟୁ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଖବର ଅନୁଯାୟୀ, ଲାଣ୍ଡୁ ମୁଣ୍ଡା କୁଆଡେ ଜଣେ ମାନସିକ ବିକାରଗ୍ରସ୍ତ । ସେ ଛୋଟ ପିଲାଙ୍କୁ ଦେଖିଲେ ତାଙ୍କୁ ଗୋଡାଇଥାଏ । ତେବେ କୌଣସି କାରଣକୁ ନେଇ ଲାଣ୍ଡୁ ମୁଣ୍ଡା ଉପରେ ରକ୍ତ ଚାଉଳ ଚୋବାଉଥିଲା ତାଙ୍କ କାକା ପୁଅ ସିଙ୍ଗରାଏ । ଗତ ସନ୍ଧ୍ୟା ସମୟରେ ଲାଣ୍ଡୁକୁ ନିଜର ସହଯୋଗୀ ସହିତ କାକା ପୁଅ ସିଙ୍ଗରାଏ ତାର ହାତ ଗୋଡ ବାନ୍ଧି ଏକ ଗଛରେ ଝୁଲାଇ ଦେଇଥିଲା । ପରେ ଏକ କାଠ ଫାଳିଆରେ ଅତି ନିର୍ଦ୍ଦୟ ଭାବେ ବାଡେଇ ବାଡେଇ ହତ୍ୟା କରିଛି । ଏହି ଖବର ଜଣାପଡିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ସିଙ୍ଗରାଏ ଦେଉଗାଁ ଏବଂ ତାର ସହଯୋଗୀ ଚମ୍ପାଇ ମୁଣ୍ଡାକୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ପୋଲିସ୍ ଜବତ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।