ନୂଆଦିଲ୍ଲୀ ୨୭/୦୫: ସଂଜୟ ଦତ୍ତ ତାଙ୍କ ଟ୍ୱିଟରେ ପ୍ରକାଶ କରିଛନ୍ତି ଯେ ତାଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ଗୋଲଡେନ୍ ଭିସା ମିଳିଛି। ସଞ୍ଜୟ ଦତ୍ତ ଗୋଲଡେନ୍ ଭିସା ପାଇଥିବାରୁ ୟୁଏଇ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୋଲଡେନ୍ ଭିସା ପାଇବାର ଖୁସି ପ୍ରକାଶ କରି ସଞ୍ଜୟ ଦତ୍ତ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ମେଜର ଜେନେରାଲ ମହମ୍ମଦ ଅଲ ମାରିଙ୍କ ଉପସ୍ଥିତିରେ ୟୁଏଇର ଗୋଲଡେନ୍ ଭିସା ପାଇ ମୁଁ ଗୌରବାନ୍ୱିତ। ଏହି ସମ୍ମାନ ପାଇଁ ୟୁଏଇ ସରକାରଙ୍କୁ ଧନ୍ୟବାଦ ।‘
ଏହି ସୂଚନା ଦର୍ଶାଇ ସଞ୍ଜୟ ଦତ୍ତ ଦୁଇଟି ଫଟୋଗ୍ରାଫ୍ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ମେଜର ଜେନେରାଲ ମହମ୍ମଦ ଅଲ ମାରିଙ୍କ ସହିତ ପାସପୋର୍ଟ ଧରିଥିବାର ନଜର ଆସିଛନ୍ତି । ମହମ୍ମଦ ଅଲ ମାରି ଦୁବାଇର ରେସିଡେନ୍ସି ଏବଂ ବୈଦେଶିକ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ଅଟନ୍ତି।
ସଞ୍ଜୟ ଦତ୍ତ ବଲିଉଡର ସେହି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଯିଏକି ପ୍ରାୟତଃ ଦୁବାଇ ଯାତାୟତ କରନ୍ତି । ଗତ ବର୍ଷ ସେପ୍ଟେମ୍ବର ୨୦୨୦ ରେ ସେ ତାଙ୍କ ପତ୍ନୀ ମାନ୍ୟତାଙ୍କ ସହ ଦୁବାଇ ଯାଇଥିବା ଦେଖିବାକୁ ମିଳିଥିଲା। ମାନ୍ୟତା ସୋସିଆଲ ମିଡିଆରେ ଦୁବାଇ ଟ୍ରିପର ଫଟୋ ସେୟାର କରିଥିଲେ।
ସୂଚନା ଅନୁଯାୟୀ, ସଞ୍ଜୟ ଦତ୍ତଙ୍କ ଦ୍ୱିତୀୟ ଘର ଦୁବାଇରେ ଅଛି । ଯେଉଁଠାରେ ତାଙ୍କ ପତ୍ନୀ ଏବଂ ଉଭୟ ପିଲାଙ୍କ ସହିତ ରହୁଛନ୍ତି । ପିଲାମାନେ ଦୁବାଇରେ ଅଧ୍ୟୟନ କରୁଛନ୍ତି । ବର୍ତ୍ତମାନ ସଞ୍ଜୟ ଦତ୍ତଙ୍କୁ ବାରମ୍ବାର ଭିସା ନେବାକୁ ପଡ଼ିବ ନାହିଁ, କାରଣ ଗୋଲଡେନ୍ ଭିସା ପାଇବା ପରେ ସଞ୍ଜୟ ୟୁଏଇରେ ୧୦ ବର୍ଷ ରହିପାରିବେ