ଦେଶ ବିଦେଶ ମନୋରଞ୍ଜନ

ସଂଘର୍ଷର କାହାଣୀ କହିଲେ ସିଦ୍ଧାର୍ଥ

ଜନ୍ମଦିନ ଅବସରରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଅଭିନୟ ଜଗତରେ ତାଙ୍କ ସଂଘର୍ଷର କାହାଣୀ କହିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି, ମୋ ପଛରେ କୌଣସି ଅଙ୍କଲ୍ ବା ଆଣ୍ଟିଙ୍କର ହାତ ନାହିଁ। କ୍ୟାମେରା ସମ୍ମୁଖକୁ ଆସିବାରେ ମୁଁ ବହୁ କଷ୍ଟ ସହିଛି। ନିଜ ଭୁଲ୍‌ରୁ ଶିଖି ଶିଖି ଆଜି ଏ ଜାଗାରେ ପହଞ୍ଚିଛି। ବଲିଉଡ୍‌ରେ ପ୍ରବେଶ କରିବା ପାଇଁ ଗତ ଦଶନ୍ଧି ଧରି ମୁମ୍ବାଇରେ ରହି କାମ କରିବାକୁ ଉଦ୍ୟମ କରୁଛି। କ୍ୟାରିୟର୍‌ ପାଇଁ ପରିବାର ଛାଡ଼ି ବର୍ଷ ବର୍ଷ ହେଲା ବାହାରେ ରହୁଛି ବୋଲି ସେ କହିଛନ୍ତି। ତେବେ ଏପରି କହି ‘ବଲିଉଡ୍‌ରେ ନେପୋଟିଜିମ୍‌ ବା ସ୍ବଜନତୋଷଣ’ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି ସେ ପରୋକ୍ଷରେ ସୂଚନା ଦେଇଛନ୍ତି ବୋଲି ଆଲୋଚନା ହେଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ