ଦେଶ ବିଦେଶ ମନୋରଞ୍ଜନ

ସଂଗ୍ରାମୀଙ୍କର ସହଧର୍ମିଣୀ!

ନୂଆ ଚଳଚ୍ଚିତ୍ର ‘ଜୟୀ ରାଜଗୁରୁ’ରେ ମୁଖ୍ୟ ଚରିତ୍ର ଭୂମିକାରେ ଅଛନ୍ତି ବିଶ୍ବରୂପ ଏବଂ ତାଙ୍କୁ ଭଲପାଉଥିବା ପ୍ରେମିକା ଭୂମିକାରେ ଅଛନ୍ତି ସୁଧାଶ୍ରୀ। ହେଲେ ସଂଗ୍ରାମୀ କ’ଣ ତାଙ୍କୁ ସହଧର୍ମିଣୀ ରୂପେ ବରଣ କରୁଛନ୍ତି? ତାହାର ରହସ୍ୟ ଚଳଚ୍ଚିତ୍ର ଦେଖିବା ପରେ ଜଣାପଡ଼ିବ। ନାୟିକାଙ୍କ ପରିବର୍ତ୍ତନ ପରେ ରାଜପ୍ରାସାଦରେ ଆଉ କିଛି ଅଭିନୟ ଦୃଶ୍ୟ ଏବଂ ଗୋଟିଏ ଗୀତଦୃଶ୍ୟର ସୁଟିଂ ହେଉଛି। ଉକ୍ତ ଗୀତଟିର ପ୍ରଥମ ପଦରେ ରହିଛି ‘ରୂପସୀ ଗୋ ନୀଳନୟନା’।

ସବୁଠୁ ବଡ଼କଥା ହେଉଛି ଚଳଚ୍ଚିତ୍ରରେ ଥିବା ଏକ ବିରାଟ ଯୁଦ୍ଧଦୃଶ୍ୟରେ ଅନ୍ୟୂନ ୪୦୦ ଯୋଦ୍ଧା ସାମିଲ ହେବେ। କୋଭିଡ୍ କଟକଣା ପାଇଁ ଉକ୍ତ ଦୃଶ୍ୟଟିର ସୁଟିଂ ଏବେ ସମ୍ଭବ ହେଉନାହିଁ। ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ପ୍ରତିଭା ଉତ୍କଳରୁ ଆରମ୍ଭ କରି ଦେଶ ବିଦେଶର ଲୋକଙ୍କୁ ମଧ୍ୟ ପ୍ରଭାବିତ କରିଛି। ତାଙ୍କ ବଳିଦାନ ଯୋଗୁଁ ଉତ୍କଳ ଭୂମି ସ୍ବାଧୀନତାର ସ୍ବାଦ ଚାଖିଛି। ସେଇ ବୀର ସହିଦ ଜୟୀ ରାଜଗୁରୁଙ୍କ ଜୀବନୀକୁ ନେଇ ଜେଏଚ୍‌ବି ଏଣ୍ଟର‌େଟନ୍‌ମେଣ୍ଟ ଏଭଳି ଏକ ଦୁଃସାହସିକ ଐତିହାସିକ ଚଳଚ୍ଚିତ୍ର ନିର୍ମାଣ କରୁଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଜୟସେନ। ଚଳଚ୍ଚିତ୍ରରେ ଯେଉଁ ସାମରିକ କ୍ରୀଡ଼ା କୌଶଳର ଚିତ୍ରଣ ହୋଇଛି, ସେଥିରେ ନାରାୟଣ ମାର୍ଥା ପ୍ରମୁଖଙ୍କ ବିଶେଷ ଅବଦାନ ରହିଛି। ଖୁବଶୀଘ୍ର ପରଦାରେ ଦର୍ଶକ ଜୟୀ ରାଜଗୁରଙ୍କ କାହାଣୀ ଦେଖିବାକୁ ପାଇବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ