କଳା ଓ ସଂସ୍କୃତି ରାଜ୍ୟ

ସଂଗୀତରେ ପ୍ରଫୁଲ୍ଲ କରଙ୍କୁ ଜନ୍ମଦିନର ଶୁଭେଚ୍ଛା: ଚନ୍ଦନ ଲେପି ଦେବି କି ଶ୍ରୀଅଙ୍ଗେ ମଣିମା…

ଭୁବନେଶ୍ବର : ଚନ୍ଦନ ଲେପି ଦେବି କି ଶ୍ରୀଅଙ୍ଗେ ମଣିମା… ଗୀତରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଏହି ଗୀତକୁ ସୋହିନୀ ମିଶ୍ର ପରିବେଷଣ କରିଥିଲେ। ଏହାପରେ ବହୁ ମନଛୁଆଁ ସୁପରହିଟ୍ ଗୀତ ଭେଟି ଦେଇଥିଲେ ଅନେକ ସ୍ବନାମଧନ୍ୟ କଣ୍ଠଶିଳ୍ପୀ। ଅବସର ଥିଲା ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୩ତମ ଜୟନ୍ତୀ। ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରଫୁଲ୍ଲ ପ୍ରେମୀ ଯୋଗଦେଇ ସଂଗୀତର ଭରପୂର ମଜା ନେଇଥିଲେ।

ରଶ୍ମିତା ଦାସଙ୍କ ‘ଅଥଳ ସାଗରେ କୂଳ ପାରୁନି ଦେଖି’ ଗୀତ ପ୍ରେକ୍ଷାଳୟ ପରିସରକୁ ଭକ୍ତିମୟ କରିଦେଇଥିଲା। ଏହାପରେ ଆଦ୍ୟାଶା ଦାସ ଢାଳି ଦିଅ ସାରା ଧରଣୀରେ ଆଜି… ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ଛନ୍ଦା ମିଶ୍ରଙ୍କ ‘କେଉଁ ନାମ ଧରି ଡାକିବୁ ତୁମକୁ’, ଅନନ୍ୟା ନନ୍ଦଙ୍କ କଣ୍ଠରୁ ‘ନେଇ ଯା’ରେ ମେଘ ମତେ ଦେ ଛାଡ଼ି ସେଇ ଦେଶେ ମୋ ପ୍ରିୟା ପାଶେ’… ଗୀତକୁ ଦର୍ଶକ ମାନେ ଉପଭୋଗ କରିଥିଲେ। ଅନ୍ତରା ଚକ୍ରବର୍ତ୍ତୀ ‘ରଜନୀ ଗୋ ମୋ ପ୍ରିୟା ନୟନେ’ ଗୀତରେ କଣ୍ଠଦାନ କରିଥିଲେ। ସେହିପରି ଲତା ମଙ୍ଗେଶକରଙ୍କ ସ୍ମୃତିରେ ମହମ୍ମଦ ଅବିଦ୍ ‘ଅଗର ତୁମ ନ ହୋତେ…’ ଏବଂ କଣ୍ଠଶିଳ୍ପୀ ଶର୍ମିଳାଙ୍କ ‘ତେରେ ମେରେ ବିଚ୍ ମେ କୈସା ହେ ୟେ ବନ୍ଧନ ଅଞ୍ଜନା’ ଗୀତ ଦର୍ଶକମାନଙ୍କୁ ଲତାଙ୍କ ପୁରୁଣା ସ୍ମୃତିକୁ ମନେ ପକେଇଦେଇଥିଲା। ପରେ ମହାପ୍ରସାଦ କରଙ୍କ ‘କମଳ ଦେଶର ରାଜ କୁମାର…’ ଭଳି ଚିର ସବୁଜ ଗୀତରେ ହଜିଯାଇଥିଲେ ଶ୍ରୋତା। ଚିତ୍ତ ଜେନାଙ୍କ ସେହି ପୁରୁଣା ଗୀତ ‘ପୁତ୍ର ସ୍ନେହେ ହେଲୁ ବାଇଗୋ ଯଶୋଦେ…’ ଗୀତକୁ ମହାପ୍ରସାଦ କର ପରିବେଷଣ କରିଥିବା ବେଳେ ଏହା ସଂଗୀତ ପ୍ରେମୀଙ୍କ ଆଖିରେ ଲୁହ ଆଣିଦେଇଥିଲା। ପରେ ମହାଦୀପ କର ଓ ମହାପ୍ରସାଦ କର କାଳି କପାଳି ଗୀତକୁ ପରିବେଷଣ କରିଥିଲେ। ଆଲୋ ମାଣିକ ଆଲୋ ମାଣିକ…, ମତୋ ବାନ୍ଧରେ ପୁଲିସ ବାବୁ…, ଟିକ୍ ଟିକ୍ ହୁଏ ମୋ ଛାତି…, ଆରେ ମିତ ଏ ସଂଗାତ…, ଏ ଫୁଲ କହ ଥରେ…, ହେ ଫଗୁଣ…, ଗୁଲ ଗୁଲି ଭଳି ଗୀତରେ ବହୁ ବିଶିଷ୍ଟ କଣ୍ଠଶିଳ୍ପୀ କଣ୍ଠଦାନ କରିଥିଲେ।

ଉତ୍ସବରେ ଅତିଥି ଭାବେ ଶିକ୍ଷାବିତ୍ ତଥା ସମାଜସେବୀ ଡ. ପ୍ରୀତି ଚାନ୍ଦ ଓ ନାଲ୍‌କୋ ନିର୍ଦ୍ଦେଶକ ରାଧେଶ୍ୟାମ ମହାପାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇ ଘରେ ପରିବାର ସହ ସମସ୍ତ ଗୀତକୁ ଶୁଣିଥିଲେ। କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିବା ବେଳେ ସଂସ୍କାରର ସାଧାରଣ ସଂପାଦକ ମହାଦୀପ କର ଧନ୍ୟବାଦ ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,