ଦେଶ ବିଦେଶ ସ୍ୱାସ୍ଥ୍ୟ

ସଂକ୍ରମଣ ବଢ଼ୁଛି, କଟକଣା ବି: ହରିୟାଣାରେ ସ୍କୁଲ ବନ୍ଦ, ଆନ୍ଧ୍ରରେ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ସଂକ୍ରମଣ ବଢ଼ିବା ସହ ବିଭିନ୍ନ ରାଜ୍ୟମାନଙ୍କରେ କଟକଣା କଡ଼ାକଡ଼ି ହେଉଛି। ଦିଲ୍ଲୀରେ ଲଗାତାର ଭାବେ ସଂକ୍ରମଣ ବଢ଼ିବାରୁ ରେସ୍ତୋରାଁରେ ଖାଇବା ବନ୍ଦ କରାଯାଇଛି। କିନ୍ତୁ ରେସ୍ତୋରାଁ ଗୁଡ଼ିକରେ ହୋମ୍‌ ଡେଲିଭରି ପାଇଁ ଅନୁମତି ରହିଛି। ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ନାଇଟ୍‌ କର୍ଫ୍ୟୁ କରିଛନ୍ତି। ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ଗତ ୫ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ଅଚାନକ ବଢ଼ିଯିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ହରିୟାଣାରେ ମଧ୍ୟ ସଂକ୍ରମଣ ବଢ଼ିବାରୁ ସରକାର ଜାନୁଆରି ୨୬ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ୍‌ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅନ୍‌ଲାଇନ୍ କ୍ଲାସ୍‌ ଜାରି ରହିବ। ସେହିପରି କେରଳରେ ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକଙ୍କ ସମାଗମ ପାଇଁ ଅନୁମତି ମିଳିଛି। କେରଳରେ ଗତ ୨୪ ଘଣ୍ଟାରେ ୫,୭୯୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ସକ୍ରିୟ ମାମଲା ୩୭,୭୩୬।

୧୦୦୦ ଦିଲ୍ଲୀ ପୁଲିସ କରୋନା ସଂକ୍ରମିତ, ୫ ଦିନ‌ରେ ୪୬ କରୋନା ମୃତ୍ୟୁ
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରାୟ ୧,୦୦୦ ପୁଲିସ କରୋନା ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀ ପୁଲିସ ସୂଚନାନୁଯାୟୀ ସମସ୍ତ ସଂକ୍ରମିତ କ୍ବାରାଣ୍ଟିନ୍‌ରେ ଅଛନ୍ତି ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସଂକ୍ରମିତ ପୁଲିସଙ୍କ ମଧ୍ୟରେ ଆଡିସନାଲ କମିସନର ଚିନ୍ମୟ ବିଶ୍ବାଳ ଏବଂ ପିଆର୍‌ଓ ମଧ୍ୟ ଅଛନ୍ତି। ଇତି ମଧ୍ୟରେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୨,୭୫୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମେ’ ୧ ପରେ ଏହା ସର୍ବାଧିକ। ମେ’ ୧ରେ ଦିଲ୍ଲୀରେ ସଂକ୍ରମଣ ମାମଲା ୨୫,୨୧୯ ଥିଲା। ଦିଲ୍ଲୀରେ ପଜିଟିଭ୍‌ ହାର ଏବେ ୨୫.୫୩ ପ୍ରତିଶତ। ସକ୍ରିୟ ମାମଲା ୬୦,୭୩୩। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଗତ ୫ ଦିନରେ ଦିଲ୍ଲୀରେ କରୋନା ମୃତ୍ୟୁସଂଖ୍ୟା ୪୬ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ