ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ତୁରେକେଲା : ତୁରେକେଲା ବ୍ଲକ୍ ବଡ଼ବାଙ୍କି ପଞ୍ଚାୟତ ଅର୍ଜନି ଗାଁର ଲୋକେ ଆଜି ବି ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି। ୨୮ଟି ଆଦିବାସୀ ପରିବାର ରହୁଥିବା ଏହି ଗାଁର ଲୋକେ ସରାକାରୀ ଯୋଜନା ବିଷୟରେ ଜାଣିନାହାନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଗାଁରେ ୨ଟି ନଳକୂଅ ଅଛି। ହେଲେ ସେଥିରୁ ଗୋଳିଆ ପାଣି ବାହାରୁଛି। ବର୍ଷାଦିନେ ଜିଆ, ପୋକ ଆଦି ବାହାରିଥାନ୍ତି। ଏବେ ଗ୍ରୀଷ୍ମ ଆରମ୍ଭରୁ ପାଣି ସମସ୍ୟା ଦେଖାଦେଲାଣି। ସକାଳୁ ଗାଁର ମହିଳାମାନେ ବାଲ୍ଟି, ଗରା ଧରି ପାଖରେ ଥିବା ନାଳାକୁ ଯାଉଛନ୍ତି। ସେଠାରେ ବାଲିଚୁଆଁ କରି ପାଣି ସଂଗ୍ରହ କରୁଛନ୍ତି।

ସେହିପରି ଏମାନେ ପେଟପାଟଣା ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି। ଜଂଗଲଘେରା ଗାଁରେ ବସବାସ କରୁଥିବା ଏହି ଲୋକମାନେ ମହୁଲ, କେନ୍ଦୁପତ୍ର ସହ ଅନ୍ୟ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ତାହା ବିକ୍ରି କରି ନିଜ ପରିବାର ଚଳାଉଛନ୍ତି। କେବେ କେମିତି କାମ ମିଳିଲେ ଦିନ ମଜୁରିଆ ଭାବେ କାମ କରନ୍ତି ନହେଲେ ହାତବାନ୍ଧି ଘରେ ବସିବାକୁ ମଧ୍ୟ ପଡ଼ିଥାଏ। ଏମାନଙ୍କ ଆଉ ଏକ ସମସ୍ୟା ହେଲା ହାତୀ ଉପଦ୍ରବ। ସବୁ ସମୟରେ ହାତୀ ଓ ଅନ୍ୟ ବଣ୍ୟପ୍ରାଣଙ୍କ ଭୟ ଲାଗି ରହିଥାଏ। ଗାଁ ଲୋକ କିଛି ଚାଷ କରିବାକୁ ଚେଷ୍ଟା କଲେ ତାହା ହାତୀ ନଷ୍ଟ କରିଦିଏ। ଫଳରେ ଏମାନେ ଚାଷ କରିବାକୁ ମଧ୍ୟ ପସନ୍ଦ କରୁନାହାନ୍ତି।
୨୮ ପରିବାର ରହୁଥିଲେ ମଧ୍ୟ ମାତ୍ର ୪ଟି ପରିବାରକୁ ଆବାସ ଯୋଜନାରେ ଘର ମିଳିଛି। ଗାଁରେ କୌଣସି ସ୍କୁଲ ନାହିଁ। ପ୍ରଥମ ଶ୍ରେଣୀରେ ପଢୁଥିବା କୁନି କୁନି ଶିଶୁମାନେ ନଦୀ ପାରି ହୋଇ ୯କିମି ଦୂର ସ୍କୁଲକୁ ଯାଇଥାନ୍ତି। ବର୍ଷା ଦିନେ ରାସ୍ତା ଠିକ୍ ନଥିବା ଯୋଗୁଁ ସ୍କୁଲ ଯାଆନ୍ତି ନାହିଁ। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଗର୍ଭବତୀ ଏବଂ ଶିଶୁମାନେ ସରକାରୀ ଯୋଜନାରୁ ବାଦ୍ ପଡୁଥିବା ଅଭିଯୋଗ କରିଛନ୍ତି। ଏତେ ସବୁ ସମସ୍ୟାରେ ଥିଲେ ମଧ୍ୟ ଗାଁକୁ ନିର୍ବାଚିତ ପ୍ରତିନିଧି କି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼େ ନାହିଁ। କେବଳ ୨୦୦୨ ମସିହାରେ ଜଣେ ପ୍ରଶାସନିକ ଅଧିକାରୀ ଗାଁକୁ ଆସିଥିଲେ। ଗାଁରେ ରିଂକୂଅ କାମ ଠିକ୍ ଭାବେ ହେଉଛି କି ନାହିଁ ପଚାରି ବୁଝି ଚାଲିଯାଇଥିଲେ। ତା’ ପରଠାରୁ ଆଉ କାହାରି ଦେଖା ମିଳି ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପ୍ରଶାସନ ଏମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l