ଅପରାଧ ରାଜ୍ୟ

ଷ୍ଟେସନ ମାଷ୍ଟରଙ୍କୁ ସିବିଆଇର ମାରାଥନ୍ ଜେରା: ଅବହେଳାର ପ୍ରମାଣ ଖୋଜୁଛି ତଦନ୍ତକାରୀ ଟିମ୍

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ଟ୍ରେନ୍ ଦୁର୍ଘଟଣା ମାମଲାରେ ତଦନ୍ତକୁ ଜୋରଦାର୍ କରିଛି ସିବିଆଇର ସ୍ବତନ୍ତ୍ର ଟିମ୍। ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସହ ଦୁର୍ଘଟଣା ସମୟରେ ଦାୟିତ୍ବରେ ଥିବା ଷ୍ଟେସନ ମାଷ୍ଟର ଏସ.ବି ମହାନ୍ତିଙ୍କୁ ଆଜି ମାରାଥନ୍ ଜେରା କରାଯାଇଛି। ରେଳ ସୁରକ୍ଷା କମିସନର(ସିଆରଏସ୍)ଙ୍କ ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ଦାୟୀ କରା ଯାଇଥିଲା। ଏପରିକି ଭୟଙ୍କର ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ କରା ଯାଇଥିଲା। ତେଣୁ ଷ୍ଟେସନ ମାଷ୍ଟରଙ୍କ ଅବହେଳାର ପ୍ରମାଣ ଖୋଜୁଛି ସିବିଆଇ ତଦନ୍ତକାରୀ ଟିମ୍। ଜେରା ସମୟରେ ଅଡିଓ/ଭିଡିଓ ମାଧ୍ୟମରେ ତାଙ୍କର ବିସ୍ତୃତ ବୟାନ ମଧ୍ୟ ରେକର୍ଡ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଆସନ୍ତାକାଲି ମଧ୍ୟ ଷ୍ଟେସନ ମାଷ୍ଟରଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି। ଗିରଫ ତିନି ଅଭିଯୁକ୍ତଙ୍କୁ ଅଲଗା ଅଲଗା ଭାବେ ଷ୍ଟେସନ ମାଷ୍ଟରଙ୍କ ସହ ମୁହାଁମୁହିଁ ଜେରା କରାଯାଇଛି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଚାର୍ଜସିଟରେ ବଳିଷ୍ଠ ତଥ୍ୟ ପ୍ରମାଣର ଆବଶ୍ୟକତା ରହିଛି। ତେଣୁ ସିବିଆଇର ତଦନ୍ତକାରୀ ଟିମ୍ କୌଣସି ପ୍ରମାଣକୁ ହାତଛଡ଼ା କରିବାକୁ ଚାହୁଁନାହିଁ। ଦୁଇଟି ପର୍ଯ୍ୟାୟ ରିମାଣ୍ଡରେ ଅଧିକରୁ ଅଧିକ ପ୍ରମାଣ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ସିବିଆଇ।

ସେହିପରି ଷ୍ଟେସନ ମାଷ୍ଟରଙ୍କ ବ୍ୟତୀତ ଆଉ ତିନି ଜଣ କର୍ମଚାରୀଙ୍କୁ ମଧ୍ୟ ଜେରା କରାଯାଇଛି। ନିର୍ଦ୍ଦିଷ୍ଟ ଭାବେ ସିବିଆଇ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଗିରଫଦାରି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଆସନ୍ତାକାଲି ତିନି ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ। ଅନ୍ୟ କାହାରିକୁ ଗିରଫ କରାଗଲେ ତାଙ୍କୁ ମଧ୍ୟ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ଯଦି ଆବଶ୍ୟକ ପଡ଼େ ତାହାଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୁଣି ଜେରା କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଟ୍ରେନ ଦୁର୍ଘଟଣା ମାମଲାରେ ସିନିଅର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ସିବିଆଇ ଗିରଫ କରି ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ଜେରା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।