ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଷ୍ଟେସନରେ କୁଲି କାମ କରୁଥିଲେ ରଜନୀକାନ୍ତ, ଏପରି ଭାବେ ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିଥିଲେ ଥଲାଇବା

ନୂଆଦିଲ୍ଲୀ ୧୨/୧୨ : ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମ ୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ହୋଇଥିଲା । ଶନିବାର ୭୦ ବର୍ଷରେ ପାଦ ଦେଇଛନ୍ତି ସୁପରଷ୍ଟାର୍ ରଜନୀକାନ୍ତ । ନିଜର ନିଆରା ଅଭିନୟ ପାଇଁ ସେ କେବଳ ତାମିଲନାଡୁ ନୁହେଁ ବରଂ ସମଗ୍ର ଭାରତ ବର୍ଷରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି । ତାମିଲନାଡୁରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଭଗବାନ ମାନନ୍ତି ।

କିନ୍ତୁ ଦିନେ ଜଣେ ସାମନ୍ୟ କୁଲିରୁ ଆଜିର ସୁପରଷ୍ଟାର ରଜନୀକାନ୍ତଙ୍କ ସଫର ଏତେବି ସହଜ ନଥିଲା । ସେ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ସେଥିରେ ତାଙ୍କର ବନ୍ଧୁ ରାଜ ବାହାଦୁରଙ୍କର ବହୁତ ବଡ ଯୋଗଦାନ ରହିଛି । ରାମୋଜୀ ରାଓଙ୍କ ୪ ସନ୍ତାନଙ୍କ ମଧ୍ୟରେ ଶିବାଜୀ ରାଓ ଗାୟକ୍ବାଡ୍ (ରଜନୀକାନ୍ତ) ସବୁଠାରୁ ସାନ । ପାଞ୍ଚ ବର୍ଷର ହୋଇଥିବା ବେଳେ ମା ଜୀଜାବାଇଙ୍କ ନିଧନ ହୋଇଯାଇଥିଲା । ପାରିବାରିକ ପରିସ୍ଥିତି ଖରାପ ଥିବାରୁ ଷ୍ଟେସନରେ କୁଲି କାମ କରୁଥିଲେ ରଜନୀକାନ୍ତ । ତେବେ ସମୟକ୍ରମେ ସେ ବସରେ କଣ୍ଡକ୍ଟର କାମ କରିବା ଆରମ୍ଭ କରିଦେଇଥିଲେ ।

ତେବେ ରଜନୀକାନ୍ତ ଅଭିନେତା ହେବାକୁ ଚାହୁଁଥିଲେ । ତାଙ୍କର ବନ୍ଧୁ ରାଜ ବାହାଦୁର ସମର୍ଥନ କରିବା ସହିତ ବମ୍ବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୋଗ ଦେବାକୁ କହିଥିଲେ । ତେବେ ବନ୍ଧୁ ରାଜ ବାହାଦୁରଙ୍କ କହିବା ଅନୂଯାୟୀ ରଜନୀକାନ୍ତ ଆଗକୁ ବଢିଥିଲେ ଏବଂ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । ରଜନୀକାନ୍ତ ୧୯୭୫ ମସିହାରେ ପ୍ରଥମେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଚଳଚିତ୍ର ଥିଲା ‘ ଅପୂର୍ବା ରାଗନଗାଲ’ । ଏହି ଫିଲ୍ମରେ ତାଙ୍କ ସହିତ ପ୍ରଖ୍ୟାତ ଅଭିନେତା କମଲ ହସନ ମଧ୍ୟ କାମ କରିଥିଲେ । କ୍ୟାରିୟର ଆରମ୍ଭରୁ ରଜନୀକାନ୍ତ ନେଗେଟିଭ କ୍ୟାରେକ୍ଟରରେ ନଜର ଆସୁଥିଲେ ।

ପ୍ରଥମ ଥର ପାଇଁ ‘ଭୁଭାନ୍ ଓରୁ କେଲଭିକୁରୀ’ ଚଳଚିତ୍ରରେ ହିରୋ ଭୁମିକାରେ ନଜର ଆସିଥିଲେ । ରଜନୀକାନ୍ତ ଅଭିନୀତ ‘ବିଲ୍ଲା’ ଚଳଚିତ୍ର ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ୧୯୮୩ ମସିହାରେ ସେ ବଲିଉଡରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଚଳଚିତ୍ର ଥିଲା ‘ଅନ୍ଧା କାନୁନ୍’ । ଏହା ପରେ ରଜନୀକାନ୍ତ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ