ମୁମ୍ବାଇ ୧୯/୦୨ : ନିଜର ସୁରିଲା ସ୍ୱରରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ନେହା କକ୍କଡ୍, ବର୍ତ୍ତମାନ ଇଣ୍ଡିଆନ୍ ଆଇଡଲ୍ରେ ଜଜ୍ ଅଛନ୍ତି । ନିକଟରେ ନେହା ସୋ ସମୟରେ ଇମୋସ୍ନାଲ ହୋଇ ତାଙ୍କ ଜୀବନ ସହ ଜଡିତ ଏକ କଥା କହିଛନ୍ତି । ନେହା କହିଛନ୍ତି ମୋ ପାଖରେ ସବୁକିଛି ଅଛି କିନ୍ତୁ ଆଜି ବି ମୁଁ ଗୋଟିଏ କଥାକୁ ନେଇ ଖୁବ୍ ଚିନ୍ତିତ ଅଛି ।
ବାସ୍ତବରେ, ସୋ ସମୟରେ ଅନୁଷ୍କା ନାମକ ଜଣେ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଦେଖିବା ପରେ ନେହା କହିଥିଲେ ଯେ ଅନୁଷ୍କାଙ୍କ ପରି ତାଙ୍କର ମଧ୍ୟ ଏଞ୍ଜାଇଟି ଇସୁ ରହିଛି । ନେହା ଥାଇରଏଡରେ ପୀଡ଼ିତ ହେବା ତାଙ୍କ ଚିନ୍ତାର ମୁଖ୍ୟ କାରଣ । ନେହା କୁହନ୍ତି, ‘ଯଦିଓ ମୋର ସବୁକିଛି ଅଛି, ଏକ ଭଲ ପରିବାର, କ୍ୟାରିୟର, କିନ୍ତୁ ମୋର ଶାରୀରିକ ସମସ୍ୟା ମୋତେ ସବୁବେଳେ ସମସ୍ୟାରେ ପକାଉଛି ଏବଂ ଏଥି ପାଇଁ ମୁଁ ଚିନ୍ତା ମଧ୍ୟରେ ରହୁଛି ।’
ନେହାଙ୍କର ଭଲ ବ୍ୟବହାର ପାଇଁ ଲୋକମାନେ ତାଙ୍କୁ ଖୁବ୍ ପସନ୍ଦ କରିଥାନ୍ତି । ନିକଟରେ ଇଣ୍ଡିଆନ୍ ଆଇଡଲ୍ ସୋ ରେ ସେ ତାଙ୍କର ମଣିଷପଣିଆର ଉଦାହରଣ ଦେବାକୁ ଯାଇ ଗୀତିକାର ସନ୍ତୋଷ ଆନନ୍ଦଙ୍କୁ ସାହାଯ୍ୟ କରିଛନ୍ତି । ଇଣ୍ଡିଆନ୍ ଆଇଡଲ୍ ଟିମ୍ ଫେମସ୍ ଗୀତିକାର ସନ୍ତୋଷ ଆନନ୍ଦଙ୍କୁ ଆମନ୍ତ୍ରିତ କରିଥିଲେ, ଯିଏକି ଅତୀତରେ ପ୍ୟାରେଲାଲଙ୍କ ସହ କାମ କରିଥିଲେ । ସେ ଏହି ସୋ ରେ ନିଜର ଆର୍ଥିକ ସ୍ଥିତି ବିଷୟରେ କହିଥିଲେ , ଯାହାକୁ ଶୁଣି ନେହା ଭାବୁକ ହୋଇ ଯାଇଥିଲେ । ସନ୍ତୋଷଙ୍କୁ ସାହାଯ୍ୟ କରିବାକୁ ଯାଇ ନେହା ପାଞ୍ଚ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ନେହା କକ୍କଡ୍ ତାଙ୍କ ଗୀତ ଗାଇବା ଶୈଳୀକୁ ନେଇ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି । ପ୍ରଶଂସକମାନେ ନେହାଙ୍କ ସ୍ୱରକୁ ଭଲ ପାଇବା ସହିତ ତାଙ୍କର ସ୍ନେହପୂର୍ଣ୍ଣ ଆଚରଣକୁ ମଧ୍ୟ ଭଲ ପାଇଥାନ୍ତି । ନେହା ତାଙ୍କ ପିଲାଦିନକୁ ଅତ୍ୟନ୍ତ ଦାରିଦ୍ରରେ ଅତିବାହିତ କରିଥିଲେ ତେଣୁ ଏବେ ସେ କାହାକୁ ଅସୁବିଧାରେ ଦେଖିଲେ ପ୍ରଥମେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଗୀତିକାର ସାନ୍ତୋଷ ଆନନ୍ଦଙ୍କ ପୂର୍ବରୁ ନେହା ଅନେକଙ୍କୁ ମଧ୍ୟ ସାହାଯ୍ୟ କରିସାରିଛନ୍ତି ।