ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ। ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ଏବଂ ଓଡ଼ିଶାର ନାମ ଏଥିରେ ସାମିଲ ରହିଛି। ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ଏବଂ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି। ପ୍ରକାଶ ଜାବଡେକର କହିଛନ୍ତି ଯେ, ଏହି ପ୍ରୋଜେକ୍ଟ ବିଶ୍ଵ ବ୍ୟାଙ୍କ ଦ୍ଵାରା ସମର୍ଥିତ କରାଯିବ। 5,718 କୋଟି ଏଥିରେ ଖର୍ଚ୍ଚ ହେବ। ଯେଉଁଥିରେ ବିଶ୍ଵବ୍ୟାଙ୍କ 500 ମିଲିୟନ ଡଲାର ସହଯୋଗ କରୁଛି।

ଅକ୍ଟୋବର 7ରେ ହୋଇଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର କୋଲକାତା ଇଷ୍ଟ ୱେଷ୍ଟ ମେଟ୍ରୋ କରିଡର ପ୍ରୋଜେକ୍ଟ ପାଇଁ ସଂଶୋଧିତ ଲଗାଣକୁ ଅନୁମତି ଦେଇଥିଲେ। ଏହା ସହିତ ସାଇବର ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଚୁକ୍ତିନାମା ମଧ୍ୟ ଭାରତ ଏବଂ ଜାପାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ପ୍ରି-ପ୍ରାଇମେରୀ ସ୍କୁଲ ପିଲାଙ୍କୁ ମିଳିବ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ

ନୂଆଦିଲ୍ଲୀ : ଏଣିକି ସ୍କୁଲ ମାନଙ୍କରେ ପ୍ରି-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଉପଲବ୍ଧ କରାଯିବ। କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନ ଯୋଜନା