ଲାଇଫ୍ ଷ୍ଟାଇଲ

ଷ୍ଟାମିନା ପାଇଁ ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ୭ଟି ସୁପର୍ ଫୁଡ୍: ଦିନ ସାରା ମିଳିବ ଏନର୍ଜି

ଭୁବନେଶ୍ୱର ୧୬/୦୧ : ଯଦି ଚାଲିଲେ କିମ୍ବା ପାହାଚ ଚଢିଲେ ଆପଣ ଥକାପଣ ଅନୁଭବ କରୁଛନ୍ତି ତାହେଲେ ଆପଣଙ୍କ ଶରୀରରେ ଷ୍ଟାମିନା କମ୍ ଅଛି। ଏହାର ସବୁଠାରୁ ବଡ କାରଣ ହେଲା ଗୋଟିଏ ଜାଗାରେ ବସି ରହିବା ଓ ସକ୍ରିୟ ନ ରହିବା। ଅଧିକାଂଶ ଲୋକ ଷ୍ଟାମିନା ବଢାଇବାକୁ ଜିମ ଯାଇଥାନ୍ତି। କିନ୍ତୁ ଅଳସୁଆ କାରଣରୁ କିଛି ଦିନ ପରେ ପୁଣି ସେହି ପୁରୁଣା ଲାଇଫଷ୍ଟାଇଲ ଆରମ୍ଭ ହୋଇଯାଇଥାଏ। ଆମେ ଆମ ଶରୀରକୁ ଏନର୍ଜେଟିକ୍ ଫୁଡ ନ ଦେବା ଯାଏଁ ଶରୀର ମସ୍ତିସ୍କ କଥା ଶୁଣିନଥାଏ। ବ୍ରେକଫାଷ୍ଟ ହେଲ୍ଦି ଲାଇଫଷ୍ଟାଇଲ୍ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସକାଳୁ ଖାଲି ପେଟରେ କଣ ଖାଇଲେ ଦିନ ସାରା ଆମକୁ ଏନର୍ଜି ମିଳିବ ଜାଣନ୍ତୁ।


୧. କଦଳୀ – କଦଳୀକୁ ସୁପରଫୁଡ କ୍ୟାଟେଗରୀରେ ସାମିଲ କରାଯାଇଛି। କଦଳୀରେ ଭରପୁର ମାତ୍ରାରେ କାର୍ବୋହାଇଡ୍ରେଟ୍ସ ଓ ପୋଟାସିୟମ ରହିଛି। ଏଥିରେ ନେଚଉରାଳ ସୁଗାର ଓ ଷ୍ଟାର୍ଚ୍ଚ ମଧ୍ୟ ରହିଛି। ସେଥିପାଇଁ ଏହା ଦିନ ସାରା ଶରୀରକୁ ଏନର୍ଜେଟିକ୍ ରଖିଥାଏ।

୨. ଦହି – କ୍ୟାଲସିୟମ୍ ଓ ପ୍ରୋଟିନ୍ ଯୁକ୍ତ ଦହି ସକାଳ ଜଳଖିଆରେ ସାମିଲ କରିବା ଉଚିତ। ଦହି ଆପଣ ଫଳ କିମ୍ବା ବିଭିନ୍ନ ବାଦାମ ସହ ମଧ୍ୟ ସେବନ କରିପାରିବେ। ଦହି ହାଡ ମଜବୁତ କରିବା ସହ ମାଂସପେଶୀକୁ ବି ମଜବୁତ କରିଥାଏ।


୩. ଦଲିଆ – ଦଲିଆ ଶରୀରକୁ ତୁରନ୍ତ ବୁଷ୍ଟ କରିଥାଏ। ଏହାକୁ ଆପଣ ଖେଚେଡ଼ି ବା ଉପମା କରି ବି ଖାଇପାରିବେ। ଖାଇବାକୁ ମଧ୍ୟ ଏହା ବହୁତ ସ୍ୱାଦିଷ୍ଟ। ସକାଳ ଜଳଖିଆରେ ଦଲିଆ ଖାଇଲେ ଅଧିକ ସମୟ ଯାଏଁ ଭୋକ ଲାଗି ନ ଥାଏ ଏବଂ ଏନର୍ଜେଟିକ୍ ଅନୁଭବ ହୋଇଥାଏ। ଏହାଦ୍ୱାରା ଷ୍ଟାମିନା ମଧ୍ୟ ବଢିଥାଏ।

୪. ଅଣ୍ଡା – ଅଣ୍ଡା ବିଭିନ୍ନ ପୋଷାକ ତତ୍ତ୍ୱରେ ଭରପୁର। ଅଣ୍ଡା ବହୁ କମ ସମୟରେ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଅଣ୍ଡା ହାଡ ଓ ମାଂସପେଶୀ ମଜବୁତ କରିଥାଏ। ଅଣ୍ଡାରେ ଥିବା ଏମିନୋ ଏସିଡ ପାଇଁ ଥକାପଣ ମଧ୍ୟ ହୋଇନଥାଏ।


୫. ପିନଟ୍ ବଟର୍ – ବାଦାମରୁ ପ୍ରସ୍ତୁତ ପିନଟ୍ ବଟର୍ ହେଲ୍ଦି ଫୁଡ୍ କ୍ୟାଟେଗରୀ ଅନ୍ତର୍ଭୁକ୍ତ। ହେଲ୍ଦି ଫ୍ୟାଟ୍ ଓ ପ୍ରୋଟିନ ଯୋଗୁଁ ଆପଣ ଏହାକୁ ସକାଳୁ ମଲ୍ଟିଗ୍ରେନ୍ ବ୍ରେଡ୍ ସହ ଖାଇ ପାରିବେ। ଏହାକୁ ଖାଇଲେ ଅଧିକ ସମୟ ଯାଏଁ ଭୋକ ଲାଗିନଥାଏ ଏବଂ ଏନର୍ଜିରେ ଭରପୁର।


୬. ପେସ୍ତା ବାଦାମ – ସକାଳ ବ୍ରେକଫାଷ୍ଟରେ ପେସ୍ତା ବାଦାମକୁ ନିଶ୍ଚୟ ସାମିଲ କରିବା ଉଚିତ। ଏହା ପୋଷାକ ତତ୍ତ୍ୱରେ ଭରପୁର। ଏହା ମେଟାବୋଲିଜିମ୍ ବଢ଼ିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ଷ୍ଟାମିନା ମଧ୍ୟ ବଢାଇଥାଏ। ଏହାକୁ ରାତିରେ ପାଣିରେ ବତୁରାଈ ସକାଳେ ଖାଲି ପେଟରେ ଖାଆନ୍ତୁ।


୭. ଓଟ୍ସ – ଓଟ୍ସରେ ଭରପୁର ମାତ୍ରାରେ ଫାଇବର ଓ କାର୍ବୋହାଇଡ୍ରେଟ୍ସ ରହିଛି ଯାହା ଅଳସୁଆ ଦୂର କରିଥାଏ। ଏହା ଅଧିକ ସମୟ କାମ କରିବାକୁ ଏନର୍ଜି ଯୋଗାଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ