ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମାଉରୁ ଆମେରିକାର ଖ୍ୟାତିସଂପନ୍ନ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ। ତାହା ପୁଣି ୧୦୦ ପ୍ରତିଶତ ମେଧାବୃତ୍ତି ପାଇ ପାଠ ପଢ଼ିବାର ସୁଯୋଗ। ଜଣେ କୃଷକଙ୍କ ଝିଅ ପାଇଁ କିଛି କମ୍ ରୋମାଞ୍ଚକର ଯାତ୍ରା ନୁହେଁ। ମାଉ ଜିଲ୍ଲାରୁ ଏଭଳି ସଫଳତା ହାସଲ କରିଥିବା ଛାତ୍ରୀଙ୍କ ନାମ ଦାକ୍ଷାୟଣୀ ପାଣ୍ଡେ। ତାଙ୍କ ବାପା ଜଣେ କୃଷକ ହୋଇଥିବାବେଳେ ମାଆ ଜଣେ ଗୃହିଣୀ। ତେବେ ପିତାମାତାଙ୍କ ସହଯୋଗରେ ଏଭଳି ବିରଳ ସଫଳତା ମେଧାବୀ ଛାତ୍ରୀ ଦାକ୍ଷାୟଣୀ ହାସଲ କରିପାରିଛନ୍ତି।
‘ଷ୍ଟାନଫୋର୍ଡ ଭଳି ବିଶ୍ବବିଦ୍ୟାଳୟରେ ପଢ଼ିବା ମୋ ପାଇଁ ସ୍ବପ୍ନ ଥିଲା। ନବମ ଶ୍ରେଣୀରେ ପଢ଼ିବା ଦିନଠାରୁ ମୁଁ ଏହା ଉପରେ ଧ୍ୟାନ ଦେଇ ଆସୁଛି। ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ପ୍ରସ୍ତୁତ ହେବା ମୋ ପାଇଁ ଚାପ ନଥିଲା’ ବୋଲି ସେ କହିଛନ୍ତି। ବିଶ୍ବବିଦ୍ୟାଳୟ ପାଇଁ ପ୍ରସ୍ତୁତ ହେବା ବେଳେ ସେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପାଇଁ ମଧ୍ୟ ପଢ଼ୁଥିଲେ। ଚଳିତବର୍ଷ ସେପ୍ଟେମ୍ବରରେ ସେ ଆମେରିକାର ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ଯିବେ। ସେଠାରେ ସେ ବାୟୋଇଞ୍ଜିନିୟରିଂକୁ ପ୍ରମୁଖ ବିଷୟ ଭାବେ ପଢ଼ିବେ। ଏଥିସହିତ ଏଣ୍ଟରପ୍ରିନ୍ୟୁୟରସିପ ବି ପଢ଼ିବେ। ଯେହେତୁ ତାଙ୍କୁ ବାୟୋଲୋଜି, ବିଶେଷକରି ବାୟୋଇଞ୍ଜିନୟିରଂ ପଢ଼ିବା ପାଇଁ ଭଲ ଲାଗେ ତେଣୁ ସେ ଭବିଷ୍ୟତରେ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବେ ଏବଂ ସମସ୍ତେ ଯେଭଳି ସୁଲଭ ମୂଲ୍ୟରେ ସ୍ବାସ୍ଥ୍ୟ ସେବା ପାଇପାରିବେ ତାହା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l