ଅପରାଧ ରାଜ୍ୟ

ଶ୍ୱଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ, ସ୍ତ୍ରୀ ପେଟରେ କଇଁଚି ଭୁସି ହତ୍ୟା କଲା ସୈତାନ ସ୍ୱାମୀ

ଉଦଳା ୨୨/୧୧: ଶ୍ୱଶୁର ଘରକୁ ଆସି ଜ୍ୱାଇଁ ସାଜିଲା ହତ୍ୟାକାରୀ । ସାମାନ୍ୟ ଘରୋଇ କଳହରୁ ସ୍ତ୍ରୀ ପେଟରେ ଭୁସିଦେଲା କଇଁଚି । କେବଳ କଇଁଚି ଭୂସିନି ଅତି ନିର୍ମମ ଭାବେ ହତ୍ୟା ବି କରିଛି । ଏଭଳି ଘଟଣା ଘଟିଛି ଉଦଳା ଖୁଣ୍ଟା ଥାନା ହିଞ୍ଜିଳଗଡିଆ ଗ୍ରାମରେ ।

ସୂଚନା ଥାଉକି, ବିସିପୁର ଅଞ୍ଚଳର ମଧୁସୂଦନ ମୁର୍ମୁ ନିଜ ସ୍ତ୍ରୀ ସୁହାଗି ମୁର୍ମୁଙ୍କ ସହିତ ହିଞ୍ଜିଳଗଡିଆ ସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ । ତେବେ ଗତକାଲି ରାତିରେ ଶ୍ୱଶୁର ଘରେ ସ୍ୱାମୀ ସ୍ତ୍ରୀ ଥିବା ବେଳେ ହଠାତ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଘରୋଇ କଳହ ଏତେ ଉଗ୍ରରୂପ ନେଲା ଯେ ଏକ କଇଁଚି ଆଣି ସ୍ୱାମୀ ମଧୁସୂଦନ ସ୍ତ୍ରୀକୁ ଆକ୍ରମଣ କରିଥିଲା ।

ମଧୁସୂଦନ କଇଁଚିରେ ସୁହାଗିଙ୍କ ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଭୁସି ଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ସହିତ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ପରିବାରର ଅନ୍ୟ ସଦସ୍ୟମାନେ ଘଟଣା ବାବଦରେ ଜାଣି ପାରି ଗୁରୁତର ସୁହାଗିଙ୍କୁ ଚିକିତ୍ସା ନିମନ୍ତେ ଡୁକୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅଭିଯୁକ୍ତ ସ୍ୱାମୀ ମଧୁସୂଦନକୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।