ନୂଆଦିଲ୍ଲୀ ୨୮/୦୨: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜକୁ ଭାରତ କ୍ଲିନ୍ ସ୍ୱିପ୍ କରିଛି । ତେବେ ତିନୋଟି ମୁକାବିଲାରେ ଶ୍ରେୟସ ଆୟର ଦମଦାର ବ୍ୟାଟିଂ କରିଥିଲେ । ସବୁ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷ ଟି୨୦ରେ ସେ ବିସ୍ଫୋରକ ୭୩ ରନର ଇନିଂସ ଖେଳିଥିଲେ ।
ସବୁଠାରୁ ବଡ କଥା ହେଉଛି ଯେ, ସିରିଜରେ ଶ୍ରେୟସଙ୍କୁ ଶ୍ରୀଲଙ୍କା ବୋଲର ଆଉଟ କରିପାରିନଥିଲେ । ତିନୋଟି ମ୍ୟାଚରେ ଯଥାକ୍ରମେ ୫୭,୭୪ ଓ ୭୩ ରନ କରି ଅପରାଜିତ ରହିଥିଲେ ଆୟର । ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ସିରିଜ ଘୋଷଣା କରାଯାଇଥିଲା ।
ସିରିଜରେ ଶ୍ରେୟସ ୨୦୪ ରନ୍ କରିଥିଲେ । ଏଥିରେ ୨୦ ଚୌକା ଓ ୭ ଛକା ଲଗାଇଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୭୦ରୁ ଅଧିକ ଥିଲା ।
ଏହାସହ ସେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ବିରାଟ ତିନୋଟି ମ୍ୟାଚରୁ ୧୯୯ ରନ୍ କରିଥିଲେ । ଆହୁରି ମଧ୍ୟ ଲଗାତର ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ଲଗାଇବାର ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଏହି କାରନାମା କରିଥିଲେ ।