ଧର୍ମ ରାଜ୍ୟ

ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ର ପବିତ୍ର ମହାଶିବ ରାତ୍ରୀ ପାଳନ

ଆଜିଥିଲା ପବିତ୍ର ମହାଶିବ ରାତ୍ରୀ! ରାଜଧାନୀ, ଉପକଣ୍ଠସ୍ଥ ବିଭିନ୍ନ ଶୈବପୀଠ ହୋଇଥିଲା ଚଳଚଞ୍ଚଳ! ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାସିଆସୁଥିଲା ଶିବ ପଞ୍ଚାକ୍ଷର ମନ୍ତ୍ର! ପଥର ଗାଡ଼ିଆ ଗ୍ରାମର ଭକ୍ତ ଏହି ପବିତ୍ର ମୁହୁର୍ତ୍ତର, ପ୍ରଭୁ ମହାଦେବଙ୍କୁ ସବୁକିଛି ସମର୍ପି ଦେଈଛନ୍ତି! କରୋନା କଟକଣା କାରଣରୁ ଦୀର୍ଘ ଦୁଇବର୍ଷ ଧରି ଭକ୍ତ ଭଗବାନ ଙ୍କ ମିଳନ ହୋଇପାରିନଥିଲା! ଏଥିରୁ ତ୍ରାହି ମିଳିବା ପରେ ପ୍ରଭୁ ଭୋଳାନାଥଙ୍କ ନିକଟରେ ଜାଗର ଜାଳି ଭକ୍ତ ତା ମନର ସବୁ ଦୁଃଖ ଶୋକ ବ୍ୟକ୍ତ କରିଦେଈଛି, ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ର ମୁଖ୍ୟ ସନ୍ତୋଷ ବେହେରା ଓ ଦିଲିପ୍ ବେହେରା ଏବଂ ମହେଶ୍ୱର ବେହେରା ସମସ୍ତ କାର୍ଯ୍ୟକୁ ସଠିକ୍ ଭାବରେ ପରିଚାଳନା କରୁଥିଲେ ସନ୍ତୋଷ ବେହେରାଙ୍କ ତତ୍ୱବଧାନରେ ଏବଂ ସମସ୍ତ ସଦସ୍ୟଙ୍କ ସହଯୋଗରେ ମହାଶିବ ରାତ୍ରୀର ଆୟୋଜନ କରାଯାଇଥିଲା, ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ବହୁ ପୁରାତନ ମନ୍ଦିର ବୋଲି କୁହାଯାଇଛି ବୃଷବଙ୍କର ଯଜ୍ଞ ଆଜକୁ ପ୍ରାୟ ୧୩ ବର୍ଷ ଧରି ବହୁ ଆଡ଼ମ୍ବରରେ ପୂଜା ଚାଲୁଅଛି, ଚଳିତ ବର୍ଷ ପାଖାପାଖି ୮,୦୦୦ରୁ ଉର୍ଦ୍ଧ ଭକ୍ତଙ୍କର ସମାବେଶ ଦେଖିବାକୁ ମିଳିଥିଲା,ମା ଲକ୍ଷ୍ମୀ ଭଜନ ସନ୍ଧ୍ୟା ପକ୍ଷରୁ ମୋନାଲିଶା ଓ ପମି ମିଶ୍ର ଙ୍କ ଭଳି କଣ୍ଠଶିଳ୍ପୀଙ୍କୁ ନେଇ ଭଜନ ସମାରୋହ ଆୟୋଜନ ହୋଇଥିଲା ଏବଂ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ କମିଟି ପକ୍ଷରୁ ପ୍ରସାଦ ସେବନ ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା, ରାତ୍ର ୧୧ଟା ଠାରୁ ଭକ୍ତମାନେ ଧାଡ଼ି ବାନ୍ଧି ମହାଦୀପକୁ ଅପେକ୍ଷା କରି ଚାହିଁ ରହିଥିଲେ, ପ୍ରାୟ ପାଖା ପାଖି ରାତ୍ର ୧୨ ଟାରେ ମହାଦୀପ ଉଠିଲା ପରେ ଶ୍ରଦ୍ଧାଳୁ ମାନେ ବ୍ରତ ସମାପନ କରିଥିଲେ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ