ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଶ୍ରୀ ଶ୍ରୀକ୍ଷେତ୍ର ସୂଚନା’ର ପ୍ରଥମ ସ୍ବନକ୍ଷତ୍ର: ‘ଗଣମାଧ୍ୟମ ସ୍ବାଧୀନ ହେବା ଆବଶ୍ୟକ’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ସଂପ୍ରତି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମ ସ୍ବାଧୀନ ହେବା ନିତାନ୍ତ ଆବଶ୍ୟକ। ସାମ୍ବାଦିକମାନେ ମଧ୍ୟ କିଛି ମାତ୍ରାରେ ସ୍ବାଧୀନତାର ପୋଷାକ ପିନ୍ଧିବା ଆବଶ୍ୟକ। ନଚେତ୍‌ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବିପନ୍ନ ହେବ। ‘ଶ୍ରୀ ଶ୍ରୀକ୍ଷେତ୍ର ସୂଚନା’ ସମ୍ବାଦପତ୍ର ପକ୍ଷରୁ ସଂସ୍କୃତି ଭବନରେ ଆୟୋଜିତ ପ୍ରଥମ ସ୍ବନକ୍ଷତ୍ର ଉତ୍ସବରେ ‘ଶୃଙ୍ଖଳିତ ସମାଜ ଗଠନରେ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ, ସାମ୍ବାଦିକତା ଏକ ବୃତ୍ତି ନୁହେଁ, ଏହା ବ୍ରତ। ଧନ୍ଦା ନୁହେଁ, ଧର୍ମ। ମାତ୍ର ଗଣମାଧ୍ୟମର ସ୍ଥିତି ବିପନ୍ନ। ଗଣମାଧ୍ୟମ ଏବେ ଜଡ଼ମାଧ୍ୟମରେ ପରିଣତ ହୋଇଛି। ‘ସମ୍ବାଦ ଗ୍ରୁପ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଥିଲେ, ଗଣମାଧ୍ୟମର କର୍ତ୍ତବ୍ୟ ଲୋକଙ୍କୁ ଲୋକଙ୍କ ସହ, ସରକାରଙ୍କୁ ଜନତା ଓ ଜନତାଙ୍କୁ ସରକାରଙ୍କ ସହ ଯୋଡ଼ିବା। ମାତ୍ର ଏବେ ଗଣମାଧ୍ୟମ ଯୋଡ଼ୁଛି କମ‌୍, ଭାଙ୍ଗୁଛି ବେଶି। ପୃଷ୍ଠପୋଷକତାକୁ ବେଶି ପ୍ରାଧାନ୍ୟ ଦେଲେ ଗଣମାଧ୍ୟମର ପ୍ରକୃତ ପ୍ରାସଙ୍ଗିକତା ରହିବ ନାହିଁ ବୋଲି ସେ କହିଥ‌ିଲେ।

ଅନ୍ୟମାନଙ୍କ ମଧ୍ୟରେ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ , ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ, ସାମ୍ବାଦିକ ମନୋରଂଜନ ଯୋଶୀ, ଖବର ଉପସ୍ଥାପିକା ଗାୟତ୍ରୀ ମହାନ୍ତି, ଅଭିନେତ୍ରୀ କୀର୍ତ୍ତି ମହାନ୍ତି ଓ ଅଭିନେତା କେଦାର ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।