ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଲୋକନାଥ ପୀଠରେ ୧୬ ହଜାର ଭକ୍ତଙ୍କ ଜଳଲାଗି

ପୁରୀ : ବୋଲବମ୍‌… ହରହର ବମ୍‌…। ଭୋଳା ବାବା, ପାର୍‌ କରେଗା…। କାନ୍ଧରେ ପାଣି ଭାର ନେଇ କାହିଁ କେତେ ଦୂରରୁ ଛୁଟି ଆସୁଥିବା କାଉଡ଼ିଆ ଭକ୍ତମାନଙ୍କ ଭୋଳାଶଙ୍କର ଧ୍ବନୀରେ ପ୍ରକମ୍ପିତ ହେଉଥିଲା ମନ୍ଦିର ଶ୍ରୀଲୋକନାଥ ପୀଠ। ଦୀର୍ଘ ପଥ ଅତିକ୍ରମ ପରେ ମଧ୍ୟ ପ୍ରଭୁ ଶ୍ରୀଲୋକନାଥଙ୍କ ଭକ୍ତିରେ ତଲ୍ଲୀନ ଭକ୍ତମାନେ ପାଣି ଲାଗି କରିବା ପାଇଁ ଆହୁରି ଘଣ୍ଟାଘଣ୍ଟା ବ୍ୟାରିକେଡ୍‌ରେ ଧାଡ଼ି ବାନ୍ଧି ଅପେକ୍ଷା କରିଥିଲେ। ଯୋଡ଼ା ଶ୍ରାବଣ ଯୋଗୁ ଏଥର ପ୍ରଥମ ପାଳିରେ ବି ଆଗନ୍ତୁକ କାଉଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତ ବର୍ଷ ପ୍ରଥମ ପାଳିରେ ଶ୍ରୀଲୋକନାଥଙ୍କ ପୀଠରେ ୧୦ ହଜାର ଭକ୍ତ ପବିତ୍ର ଜଳ ଲାଗି କରିଥିବା ବେଳେ ଚଳିତ ବର୍ଷ ୧୬ ହଜାର ଭକ୍ତ ପ୍ରଥମ ପାଳିରେ ଜଳଲାଗି କରିଛନ୍ତି।

ରାତି ୧୨ଟା ୫ରେ ଦ୍ବାରଫିଟା, ୧୨ଟା ୨୦ରୁ ଜଳଲାଗି
ଦ୍ବିତୀୟ ପାଳିରେ ୫୦ ହଜାର ଭକ୍ତଙ୍କ ଆଗମନ ଆକଳନ
ଖୋଲିବ ୨ ଟିକେଟ୍‌ କାଉଣ୍ଟର୍‌

ଶ୍ରୀଲୋକନାଥ ମନ୍ଦିର ପକ୍ଷରୁ ବିପୁଳ କାଉଡ଼ିଆ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଅନୁରୂପ ବ୍ୟବସ୍ଥା ହୋଇଥିଲା। ଗତକାଲି ସଅଳ ପହୁଡ଼ ହେବା ପରେ ଆଜିର ପାଳିଆ ସେବକଙ୍କ ଦ୍ବାରା ରାତି ୧୨ଟା ୫ ମିନିଟ୍‌ରେ ଦ୍ବାର ଫିଟା ହୋଇଥିଲା। ମଙ୍ଗଳ ଆଳତି, ଅବକାଶ ଆଦି ନୀତି ଅନୁଷ୍ଠିତ ହୋଇ ରାତି ୧୨ଟା ୨୦ ମିନିଟରୁ କାଉଡ଼ିଆ ଭକ୍ତଙ୍କ ଜଳଲାଗି ଆରମ୍ଭ ହୋଇଥିଲା। କାଉଡ଼ିଆ ଭକ୍ତମାନେ ଟିକେଟ୍‌ କାଉଣ୍ଟର୍‌ରୁ ୨୦ ଟଙ୍କା ଲେଖାଏଁ ଦେଇ ଟିକେଟ୍‌ ସଂଗ୍ରହ ପରେ ଛପନ ଛକଠାରୁ ଧାଡ଼ି ବାନ୍ଧି ପାଣି ଢାଳ ନେଇ ମନ୍ଦିର ମଧ୍ୟକୁ ଯାଇଥିଲେ। ବ୍ୟାରିକେଡ୍‌ରେ ପ୍ରବେଶ କରି ରୋଷଘର ପଛ ପାର୍ଶ୍ବ ଦ୍ବାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ପାର୍ବତୀ ସାଗର ପାର୍ଶ୍ବ ଦେଇ ଲାଗି କୂଅ ତଥା ଲକ୍ଷ୍ମୀ ଦ୍ବାରଠାରେ ପବିତ୍ର ଜଳ ଢାଳି ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାବ୍ୟତୀତ ଆଜି ସକାଳ ୬ଟାରେ ବାଙ୍କ ଖିଲଣ ଦ୍ବାର ଦେଇ ଅନ୍ୟ ଭକ୍ତମାନଙ୍କର ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ୧୨ ପ୍ଲାଟୁନ‌୍ ପୁଲିସ ଶୃଙ୍ଖଳା ବ୍ୟବସ୍ଥା ତଦାରଖ କରିଥିଲେ। ଏହାବ୍ୟତୀତ ସେବାୟତମାନଙ୍କର ୧୫ ଜଣିଆ ଟିମ୍‌ ଶୃଙ୍ଖଳିତ ଜଳଲାଗି ବ୍ୟବସ୍ଥାକୁ ତ୍ବରାନ୍ବିତ କରିଥିଲେ।

ରାଜ୍ୟ ସମେତ ରାଜ୍ୟ ବାହାରୁ ଛତିଶଗଡ଼, ବିହାର ଓ ହରିଦ୍ବାରରୁ ମଧ୍ୟ ବହୁ ଭକ୍ତ ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗି କରିବା ପାଇଁ ପହଞ୍ଚିଥିଲେ। ଚଳିତ ବର୍ଷ ମହିଳା କାଉଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରତି ବର୍ଷ ବହୁ ମହିଳା ଭକ୍ତ ମଧ୍ୟ ଜଳ ଲାଗି କରିବା ପାଇଁ ଦୀର୍ଘ ପଥ ଅତିକ୍ରମ କରି ଆସୁଥିବା ପରିଲକ୍ଷିତ କରାଯାଉଛି। ଭକ୍ତମାନେ ବିଶେଷକରି କଟକର ଗଡ଼ଗଡ଼ିଆ ଘାଟ, ପ୍ରାଚୀ ନଦୀ ଘାଟ, କୁଶଭଦ୍ରା ଓ ଭାର୍ଗବୀ ନଦୀରୁ ଜଳ ଉଠାଇ ତାହାକୁ ବିଭିନ୍ନ ଦ୍ରବ୍ୟ ଓ ମନ୍ତ୍ରରେ ଅଭିମନ୍ତ୍ରିତ କରି ପବିତ୍ର ଜଳକୁ କାନ୍ଧରେ ବାହି ଭକ୍ତମାନେ ପହଞ୍ଚିଛନ୍ତି। ଚଳିତ ବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାରୁ ଜୁଲାଇ ମାସର ଦ୍ବିତୀୟ ପକ୍ଷ ଓ ଅଗଷ୍ଟ ମାସର ପ୍ରଥମ ପକ୍ଷକୁ ମଳ ମାସ ଭାବେ ବିବେଚନା କରାଯାଇଛି। ତେଣୁ ଚଳିତ ମାସ ୧୦ ଓ ୧୭ ତାରିଖରେ କେବଳ ଜଳଲାଗି ବିଧି ନିର୍ଦ୍ଧାରିତ ହୋଇଥିବା ବେଳେ ଅଗଷ୍ଟ ମାସ ୨୧ ଓ ୨୮ ତାରିଖରେ ଭକ୍ତମାନେ ଜଳ ଲାଗି କରିବେ। ଅର୍ଥାତ ଜୁଲାଇ ୧୮ ତାରିଖରୁ ଅଗଷ୍ଟ ୧୭ ମଧ୍ୟରେ ମଳ ମାସରେ ଜଳଲାଗି ହେବ ନାହିଁ। ଶ୍ରାବଣ ଦୁଇ ମାସ ରହୁଥିବାରୁ ଦ୍ବିତୀୟ ପାଳି ସର୍ବାଧିକ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି। ତେଣୁ ଶ୍ରୀଲୋକନାଥ ମନ୍ଦିର ପକ୍ଷରୁ ଭକ୍ତଙ୍କ ସୁବିଧା ନିମନ୍ତେ କୁଷ୍ଠାଶ୍ରମ ଛକ ଓ ଦରଜି ପନ୍ତି ଘର ନିକଟରେ ୨ଟି ଟିକେଟ୍‌ କାଉଣ୍ଟର୍‌ କରାଯିବ। ଦ୍ବିତୀୟ ପାଳିରେ ପ୍ରାୟ ୫୦ ହଜାର କାଉଡ଼ିଆ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଅନୁରୂପ ବ୍ୟବସ୍ଥା ପାଇଁ ଯୋଜନା ହୋଇଛି ବୋଲି ଶ୍ରୀଲୋକନାଥ ମନ୍ଦିରର ମ୍ୟାନେଜର ଅପଛ କୁମାର ପରିଡ଼ା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।