ରାଜ୍ୟ

ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ବିଦେଶିନୀଙ୍କୁ ଅସଦାଚରଣ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତରଦ୍ବାର ନିକଟ କର୍ଜନ ମଣ୍ଡପ ପାଖରେ ଥିବା ଏକ ମନ୍ଦିରରେ ଜଣେ ବିଦେଶୀ ଯୁବତୀ ଅସଦାଚରଣର ଶିକାର ହୋଇଛନ୍ତି। ଆହୁରି ଦୁର୍ଭାଗ୍ୟଜନକ କଥା ହେଉଛି, ‘‘ଏହା ଆମର ସଂସ୍କୃତି’’ କହି ଜଣେ ଯୁବ ସେବାୟତ ବିଦେଶିନୀଙ୍କୁ ଦୁଇ ଦୁଇଥର ଅସଦାଚରଣ କରିଛି ବୋଲି ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଉକ୍ତ ଯୁବକକୁ ଅଟକ ରଖିଛି। ଅଟକ ଯୁବକ ହେଉଛି ପୁରୁଣା ଭୁବନେଶ୍ବରର କୁଣ୍ଡୁ ମହାପାତ୍ର (୨୧)।

ମିଳିଥିବା ସୂଚନା ମୁତାବକ, କୁଣ୍ଡୁ ପ୍ରତିଦିନ ଶ୍ରୀଲିଙ୍ଗରାଜ ମନ୍ଦିରକୁ ସେବା କରିବାକୁ ଯାଏ। ଗତକାଲି ଅପରାହ୍ନ ପ୍ରାୟ ୨ଟାରେ ଲର୍ଡ କର୍ଜନ ମଣ୍ଡପ ନିକଟରେ ଜଣେ ବିଦେଶୀ ଯୁବତୀ ଏକୁଟିଆ ବୁଲୁଥିବା ବେଳେ କୁଣ୍ଡୁ ତାଙ୍କ ସହ କଥା ହୋଇଥିଲା। ସେ ତାଙ୍କୁ ମନ୍ଦିର ବୁଲାଇବା ସହିତ ମନ୍ଦିର ସମ୍ପର୍କରେ ବୁଝାଇବ ବୋଲି କହିଥିଲା। ଏହାପରେ ସେ ଉକ୍ତ ବିଦେଶିନୀଙ୍କୁ ନିକଟରେ ଥିବା ଚିତ୍ରକାରିଣୀ ମନ୍ଦିର ପରିସରକୁ ନେଇଥିଲା। ମନ୍ଦିର ପରିସର ନିଚ୍ଛାଟିଆ ଥିଲା। କୁଣ୍ଡୁ ବିଦେଶିନୀଙ୍କୁ ମନ୍ଦିରର ଗଣେଶଙ୍କ ପାଖକୁ ନେଇଥିଲା। ସେଠାରେ ହାତଯୋଡ଼ି ପ୍ରାର୍ଥନା କରିବାକୁ କହିଥିଲା। ବିଦେଶିନୀ ଜଣକ ତା’କଥା ମାନି ଆଖି ବନ୍ଦକରି ଠିଆ ହୋଇଥିବା ବେଳେ କୁଣ୍ଡୁ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିଥିଲା। ବିଦେଶିନୀ ଜଣକ ‘ହ୍ବାଟ୍‌ ଇଜ୍‌ ଦିସ୍‌?’ (ଏସବୁ କ’ଣ?) ପଚାରିବାରୁ କୁଣ୍ଡୁ କୁଆଡ଼େ ଉତ୍ତର ଦେଇଥିଲା, ‘‘ଇଟ୍‌ ଇଜ୍‌ ଆୱାର୍‌ କଲଚର୍‌’ (ଏହା ଆମର ପରଂପରା/ସଂସ୍କୃତି)।

କୁଣ୍ଡୁ ସେତିକିରେ ଅଟକି ନଥିଲା। ତା’ପରେ ବିଦେଶିନୀଙ୍କୁ ଅନ୍ୟଏକ ଛୋଟ ମନ୍ଦିର ଭିତରକୁ ନେଇଥିଲା। ସେଠାରେ ସେ ବିଦେଶିନୀଙ୍କର ଅଙ୍ଗକୁ ସ୍ପର୍ଶ କରିଥିଲା। ସେଥିରେ ବିଦେଶିନୀ ଜଣକ ଚିତ୍କାର କରି ବାହାରକୁ ଦୌଡ଼ି ପଳାଇଥିଲେ। ଦୌଡ଼ି ଦୌଡ଼ି ସେ ପୁଲିସ ଓ ଲୋକ ଗହଳି ଥିବା ଲିଙ୍ଗରାଜ ମନ୍ଦିର ଆଗକୁ ଚାଲି ଯାଇଥିଲେ। ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକ ଓ ପୁଲିସ ପହଞ୍ଚିଥିଲେ। ବିଦେଶିନୀଙ୍କ ଗାଇଡ୍‌ ମଧ୍ୟ ଆସି ପହଞ୍ଚିଥିଲେ। ପରେ ବିଦେଶିନୀ ଏ ଘଟଣାକୁ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। କୁଣ୍ଡୁ ସହିତ କଥା ହେବା ଭିତରେ ସେ ତା’ର ଏକାଧିକ ଫଟୋ ଉଠାଇଥିଲେ। ସେହି ଫଟୋରୁ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଏହି ଯୁବତୀ ଜଣକ ସୁଇଡେନ୍‌ରୁ ଆସି ଭାରତର ବିଭିନ୍ନ ମନ୍ଦିର ଓ ଏଠାକାର ସଂସ୍କୃତି ଉପରେ ଗବେଷଣା କରୁଛନ୍ତି ବୋଲି ଜଣାପଡ଼ିଛି। ପୁଲିସ କୁଣ୍ଡୁକୁ ଅଟକ ରଖି ପଚରାଉଚରା ଚଳାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।