ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶ୍ରୀଲଙ୍କା ହିଂସା ଅଣାୟତ୍ତ: ଦେଶ ଛାଡ଼ିବାକୁ ରାଜପ‌କ୍ଷେ ପରିବାରର ଯୋଜନା

କଲମ୍ବୋ: ଶ୍ରୀଲଙ୍କାରେ ଏବେ ସବୁଠି ହିଂସା ଓ ହାହାକାର। ଆନ୍ଦୋଳନର ନିଆଁରେ ପୂରା ଦେଶ ଜଳୁଥିବା ବେଳେ ରାଜନେତାମାନେ ଭୟରେ ଆତ୍ମଗୋପନ କରୁଛନ୍ତି। ଉତ୍ତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଟାର୍ଗେଟ୍‌ କରୁଥିବା ବେଳେ ଏଥିରୁ ପୁଲିସ ଓ ସେନା ମଧ୍ୟ ବାଦ ପଡ଼ିନାହିଁ। ଶ୍ରୀଲଙ୍କା ହିଂସା ଜନିତ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ହଜାର ହଜାର ଆନ୍ଦୋଳନକାରୀ କର୍ଫ୍ୟୁ ନମାନି ସରକାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଛନ୍ତି। ଶତାଧିକ ପ୍ରଶାସନିକ ଭବନରେ ଭଙ୍ଗାରୁଜା ହୋଇଛି। କର୍ଫ୍ୟୁ ସତ୍ତ୍ବେ ରାତିକରେ ଶାସକ ଦଳର ନେତାମାନଙ୍କର ପ୍ରାୟ ୪୧ ଘରେ ନିଆଁ ଲଗାଇ ଦିଆଯାଇଛି। ଶତାଧିକ ଗାଡ଼ି ଜାଳି ଦିଆଯାଇଛି। ଆନ୍ଦୋଳନକାରୀମାନେ କିଛି ସରକାରୀ ଅଧିକାରୀଙ୍କୁ ଟେମ୍ପଲ୍‌ ଟ୍ରି ବାସଭବନ ନିକଟରେ ଥିବା ଏକ ହ୍ରଦକୁ ଫୋପାଡ଼ି ଦେଇଛନ୍ତି। ପୁଲିସ ଗତରାତିରେ ପ୍ରାୟ ୧୨ ଜଣ ଲୋକଙ୍କୁ ହ୍ରଦରୁ ଉଦ୍ଧାର କରି ହସ୍ପିଟାଲ୍‌ ନେଇଛି।

ଅନ୍ୟପକ୍ଷେ ଶ୍ରୀଲଙ୍କାର ଜଣେ ଶୀର୍ଷ ପୁଲିସ ଅଧିକାରୀଙ୍କ ଉପରେ ଆନ୍ଦୋଳନକାରୀ ଆକ୍ରମଣ କରିଛନ୍ତି ଏବଂ ତାଙ୍କ ଗାଡ଼ି ଜାଳି ଦେଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଶ୍ରୀଲଙ୍କା ଏହାର ସେନା ଏବଂ ପୁଲିସଙ୍କୁ ଏମର୍ଜେନ୍ସି କ୍ଷମତା ପ୍ରଦାନ କରିଛି। ବିନା ୱାରେଣ୍ଟ୍‌ରେ ଲୋକଙ୍କୁ ଅଟକ ରଖିବାପାଇଁ ଏହି କ୍ଷମତା ଦିଆଯାଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାର ସେନା ଏବଂ ପୁଲିସର କ୍ଷମତା ପରିସର ବଢ଼ାଇଛନ୍ତି। ବିନା ୱାରେଣ୍ଟ୍‌ରେ ସେନା ଏବଂ ପୁଲିସ ଯେକୌଣସି ଲୋକଙ୍କୁ ଅଟକ ରଖି ପଚରାଉଚରା କରିପାରିବେ। ଯେ କୌଣସି ଲୋକଙ୍କୁ ସେନା ୨୪ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିପାରିବ। ଏହାପରେ ତାଙ୍କୁ ପୁଲିସକୁ ହସ୍ତାନ୍ତର କରାଯିବ। ଗଣ୍ଡଗୋଳକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷେ ହିଂସା ଏବଂ ଆନ୍ଦୋଳନ ବଢ଼ୁଥିବାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆସନ୍ତା ବୁଧବାର ସକାଳ ପର୍ଯ୍ୟନ୍ତ ଜାତୀୟ କର୍ଫ୍ୟୁ ଅବଧିକୁ ବୃଦ୍ଧି କରିଛନ୍ତି। ହିଂସା ଯୋଗୁଁ ଶ୍ରୀଲଙ୍କାରେ ୨୩୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୮ ଜଣ ହସ୍ପିଟାଲ୍‌ରେ ଅଛନ୍ତି। ଶ୍ରୀଲଙ୍କାରେ ବଢ଼ୁଥିବା ହିଂସାକୁ ଜାତିସଂଘ କଡ଼ା ନିନ୍ଦା କରିଛି। ଜାତିସଂଘ ମାନବାଧିକାର ମୁଖ୍ୟ ମାଇକେଲ୍‌ ବେସଲେଟ୍‌ ଶ୍ରୀଲଙ୍କାରେ ବଢ଼ୁଥିବା ହିଂସାକୁ ରୋକିବା ପାଇଁ ସବୁ ପ୍ରୟାସ ହେବା ଉଚିତ ବୋଲି ସେ କହିଛନ୍ତି। ଶ୍ରୀଲଙ୍କାରେ ଯେଭଳି ସ୍ଥିତି ବିଗିଡ଼ିବାରେ ଲାଗିଛି ସେଥିପାଇଁ ବିଶ୍ବବ୍ୟାଙ୍କ୍‌ ମଧ୍ୟ ଗଭୀର ଚିନ୍ତା ପ୍ରକଟ କରିଛି।

ଦେଶ ଛାଡ଼ିବାକୁ ରାଜପ‌େକ୍ଷ ପରିବାରର ଯୋଜନା, ନୌସେନା ଘାଟି‌ରେ ଆଶ୍ରୟ ‌ନେଲେ

କଲ‌ମ୍ବୋ : ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମା‌ନେ ତ୍ରିନକୋମାଲି ନୌସେନା ଘାଟିରେ ଆଶ୍ରୟ ନେଇଛନ୍ତି। ଦେଶର ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ପରେ ଉତ୍ତ୍ୟକ୍ତ ଜନତାଙ୍କ କ୍ରୋଧରୁ ବର୍ତ୍ତିବା ପାଇଁ ରାଜପକ୍ଷ ପରିବାର ଏବେ ଦେଶ ଛାଡ଼ିବାକୁ ଯୋଜନା କରୁଛନ୍ତି। କଲମ୍ବୋ ବାସଭବନ ଛାଡ଼ିବାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ଏକ ନୌସେନା ଘାଟିରେ ରଖାଯାଇଛି। ଏହା ଜଣାପଡ଼ିବା ପରେ ତ୍ରିନକୋମାଲି ନୌସେନା ଘାଟି ବାହାରେ ଆନ୍ଦୋଳନକାରୀ ସମବେତ ହୋଇଛନ୍ତି। ରାଜଧାନୀ କ‌ଲମ୍ବୋଠାରୁ ଏହା ୨୭୦ କିମି ଦୂର। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଆନ୍ଦୋଳନକାରୀମାନେ ଘେରାଉ କରିବା ସହ ପ୍ରଚଣ୍ଡ ଆକ୍ରମଣ କରିବା‌ପରେ ଆଜି ସକାଳେ ତାଙ୍କୁ ସେନାବାହିନୀ କଡ଼ା ସୁରକ୍ଷା ମଧ୍ୟରେ ଉଦ୍ଧାର କରି ନୌସେନା ଘାଟିକୁ ନେଇଥିଲେ। ଆନ୍ଦୋଳନକାରୀ ଜନତାଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିଛି। ରାଜପକ୍ଷେଙ୍କ ଘର ପରିସରକୁ ସୁରକ୍ଷାକର୍ମୀଙ୍କୁ ପୂରାଇ ନଦେବାପାଇଁ ଆନ୍ଦୋଳନକାରୀମାନେ ସେନାର ଏକ ଟ୍ରକ୍‌ରେ ନିଆଁ ଲଗାଇ ଦେଇଛନ୍ତି। ପୂର୍ବ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରକୁ ୧୦ ପେଟ୍ରୋଲ୍‌ ବୋମା ନିକ୍ଷେପ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ