ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀରାମ ନବମୀ ଲାଗି ସାରା ରାଜ୍ୟ ଉତ୍ସବମୁଖର: ରାମ ମନ୍ଦିରରେ ଭକ୍ତଙ୍କ ଭିଡ଼

ଭୁବନେଶ୍ବର/ଓଡ଼ଗାଁ: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରଘୁନାଥ ମନ୍ଦିରରେ ଆଜି ଜାକଜମକରେ ପାଳିତ ହେଉଛି। ଓଡ଼ଗାଁର ପଵିତ୍ର ମାଟି ଅତ୍ରିମୁନି ଆଶ୍ରମରେ ରାମନବମୀ (ରାମଜନ୍ମ) ପାଳିତ ହେଉଛି। ଭକ୍ତମାନେ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଠାକୁରଙ୍କ ଏହି ଅପୂର୍ବ ଲୀଳାକୁ ଉପଭୋଗ କରୁଛନ୍ତି। କରୋନା କଟକଣା ପାଇଁ ଦୁଇବର୍ଷ ହେବ ଏହି ଉତ୍ସବ ପାଳନ ବନ୍ଦ ଥିବାରୁ ଭକ୍ତମାନଙ୍କ ଭିଡ଼ ଲାଗିରହିଛି।

ରାଜଧାନୀର ରାମ ମନ୍ଦିରରେ ଶ୍ରୀରାମ ନବମୀ ଲାଗି ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି।

ଏଥର ବାଲେଶ୍ବରରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଜାକଜମକରେ ପାଳିତ ହେଉଛି। ସହରରେ ସଂକୀର୍ତ୍ତନ ଶୋଭାଯାତ୍ରା ଚାଲିଛି। ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସଂଗଠନର କାର୍ଯ୍ୟକର୍ତାମାନେ ଦିନରାତି ଏକ କରି ସହରକୁ ଗେରୁଆ ପତାକାରେ ସଜେଇବାରେ ଲାଗି ପଡ଼ିଥିଲେ। ଏଥିଲାଗି ଶନିବାର ଏବଂ ରବିବାର ଦୁଇଦିନ ଧରି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଏଣେ ଭଦ୍ରକର ଐତିହାସିକ ଗାନ୍ଧୀ ପଡ଼ିଆଠାରେ ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ ମହାସମାରୋହରେ ପାଳନ କରାଯାଉଛି। କରୋନା କଟକଣା ପାଇଁ ଗତ ଦୁଇବର୍ଷ ହେଲା ଏଇ ମହୋତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଉଥିଲା।

ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରସ୍ତୁତିର ପ୍ରଥମ ପର୍ବରେ ଆଜି ବିଶାଳ ଗ‌ଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ଗଣଦୌଡ଼ରେ ହଜାର ହଜାର ଶ୍ରଦ୍ଧାଳୁ ତଥା ରାମଭକ୍ତ ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ତାରିଣୀ ମନ୍ଦିର ପୀଠରୁ ପୂଜା ଅର୍ଚ୍ଚନା କରାଯାଇ ଗଣଦୌଡ଼ର ଶୁଭାରମ୍ଭ କରାଯାଇଥିଲା। ଏଇ ଗଣଦୌଡ଼ ଭଦ୍ରକ ସହରର କଚେରି ବଜାର, ଟାଉନ୍‌ ହଲ୍‌ ଛକ, ନୂଆବଜାର, ଶନି ମନ୍ଦିର ଛକ ଦେଇ ଚାନ୍ଦବାଲି ରୋଡ୍‌ ସ୍ଥିତ ଜଗନ୍ନାଥ ମନ୍ଦର ନିକଟରେ ଶେଷ ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ