ଅପରାଧ ଧର୍ମ ରାଜ୍ୟ

ଶ୍ରୀମନ୍ଦିର ରୋଷ ଘରେ ନିଆଁ ଲାଗିଲା

ପୁରୀ : ଶନିବାର ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ରୋଷଘର ସର ଘରେ ନିଆଁ ଲାଗିଥିବା ଚର୍ଚ୍ଚା ହେଉଛି। ଯଦ୍ୱାରା ସର ଘରେ ଥିବା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଥିବା ଶୁଣିବାକୁ ମିଳିଛି।
ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ୱିତ ରାତିରେ ଯମୁନା କୁଅ ନିକଟରେ ଥିବା ସର ଘରେ ନିଆଁ ଲାଗିଥିବା ଚର୍ଚ୍ଚା ହୋଇଥିଲା। ଏହି ନିଆଁ ଲାଗିବା ସମ୍ପର୍କରେ ସିଂହଦ୍ବାର ଅଗ୍ନିଶମକୁ ଖବର ଦିଆଯାଇଥିଲା। କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସମ୍ପୃକ୍ତ ସୁଆର ମହାସୁଆର ସେବକମାନେ ନିଆଁକୁ ଆୟତ କରିସାରିଥିଲେ। ଫଳରେ ଅଗ୍ନିଶମ ବିଭାଗକୁ ନିରାଶ ହୋଇ ଫେରିଥିଲେ। ତେବେ ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆରଙ୍କୁ ଯୋଗାଯୋଗ କରିଥିଲେ ବି ତାଙ୍କ ମତାମତ ମିଳିପାରିନାହିଁ। ଅନ୍ୟ ସୁଆର ମହାସୁଆର ସେବକ କିନ୍ତୁ ଏଭଳି ଘଟଣା ଘଟିଥିବା ସ୍ବୀକାର କରୁଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ