କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶ୍ରୀମନ୍ଦିର ପ୍ରବେଶ ଲାଗି କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନିୟମ ପ୍ରତ୍ୟାହାର ପାଇଁ ମନ୍ଦିର ସେବାୟତ ସଂଘ ପକ୍ଷରୁ ଦାବି

ବାରିପଦା: ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି ଲେଖାଯାଇଛି। ଏହି ଚିଠିରେ ଉଲ୍ଲେଖ ରହିଛି କି, ‘‘ବିଶ୍ବ ମହାମାରୀ କରୋନା ପାଇଁ ସରକାର ଦୀର୍ଘ ନଅ ମାସରୁ ଊର୍ଧ୍ବ ସମୟ ମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ନିଷେଧ କରିଥିଲେ। କିନ୍ତୁ ବର୍ତ୍ତମାନ କରୋନାର ପ୍ରଭାବ କମି ଥିବାରୁ ମନ୍ଦିରମାନ ଖୋଲି ଭକ୍ତଙ୍କୁ ଦର୍ଶନ ପାଇଁ ସରକାର ଅନୁମତି ଦେଇଛନ୍ତି। ହେଲେ ବର୍ତ୍ତମାନ ଯେଉଁ ଭଳି ଭାବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଉଅଛି ତାହା ପ୍ରତ୍ୟାହାର କରିବାକୁ ଅନୁରାଧ।’’ ଉଲ୍ଲେଖଯୋଗ୍ୟ, ରାଜ୍ୟର ଅନ୍ୟତମ ପ୍ରାଚୀନ ମନ୍ଦିର ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଲାଗି ଆଉ କରୋନା ନେଗେଟିଭ୍ ରିପୋର୍ଟ ଆବଶ୍ୟକ ପଡ଼ୁନାହିଁ। ପ୍ରଶାସନ ଏହି କୋହଳ କିଛି ଦିନ ତଳେ ଲାଗୁ କରିଛନ୍ତି।

ଯଦି କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ତେବେ ରଥଯାତ୍ରା ପରେ କ’ଣ ପାଇଁ ଭକ୍ତଙ୍କୁ ଦର୍ଶନ ପାଇଁ ସରକାର ବ୍ୟବସ୍ଥା କଲେ ନାହିଁ। ଦୀର୍ଘ ୯ ମାସରୁ ଊର୍ଧ୍ବ ସମୟ ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ କରିବା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା। ଏହା ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଥିଲା। ବର୍ତ୍ତମାନ ଯେଉଁ ଭକ୍ତମାନେ ଦର୍ଶନ ପାଇଁ ପ୍ରବେଶ କରୁଛନ୍ତି ସେଥିରେ ବି ବ୍ୟତିକ୍ରମ ଦେଖାଦେଉଛି। କାରଣ କିଛି ଏମିତି ବି ଭକ୍ତ ଅଛନ୍ତି ଯେଉଁମାନେ ପ୍ରବେଶ କରିବା ପାଇଁ ମିଛ ରିପୋର୍ଟ ପ୍ରଦାନ କରି ଠାକୁରଙ୍କୁ ଦର୍ଶନ କରୁଛନ୍ତି।

ସରକାରୀ ଡାକ୍ତରଖାନାରେ ଜଣେ ବ୍ୟକ୍ତିର ଥଣ୍ଡା, କାଶ, ଜ୍ବରର ଲକ୍ଷଣ ଥିଲେ କରୋନା ପରୀକ୍ଷା ହେବ ନଚେତ ନାହିଁ। ଏପରି କ୍ଷେତ୍ରରେ ଏହି ଭକ୍ତ କ’ଣ ଭଗବାନଙ୍କ ଦର୍ଶନ କରି ପାରିବ ନାହିଁ?

ବର୍ତ୍ତମାନ କରୋନା ସ୍ଥିତି ଧୀରେଧୀରେ ସୁଧୁରିବା ସହିତ ଲୋକେ ପୂର୍ବ ଅପେକ୍ଷା ଅଧିକ ସଚେତନ ହେଲେଣି। ଏହା ସତ୍ତ୍ବେ କରୋନାର ପ୍ରକୋପ ଥମି ନାହିଁ। ତେଣୁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନ କରି ଥର୍ମାଲ ସ୍କାନିଂ ପରୀକ୍ଷା ସହିତ ଅନ୍ୟାନ୍ୟ ସମସ୍ତ ନିୟମ କଡ଼ାକଡ଼ି ପାଳନ କରି ଭକ୍ତଙ୍କୁ ଦର୍ଶନ କରିବା ପାଇଁ ସୁଯୋଗ ଦେବାକୁ ଓଡ଼ିଶା ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ବର ତ୍ରିପାଠୀ ଅନୁରୋଧ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,