କଳା ଓ ସଂସ୍କୃତି ଧର୍ମ

ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଛାଉଣୀର ଡିଜାଇନ୍ ପରଖିବ ପରିଚାଳନା କମିଟି…

ପୁରୀ: ଶ୍ରୀମନ୍ଦିରର ୮ ଦ୍ୱାର ରୂପା ଛାଉଣୀ ହେବ । ଆଜି ଅପରାହ୍ଣରେ ଏନେଇ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଛି । ପୂର୍ବରୁ ଏନେଇ ସବୁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇ ସାରିଥିବା ବେଳେ ଆଜି ବୈଠକରେ ଅନୁମୋଦନ ହେବ । ରୂପା ଛାଉଣୀ ନେଇ ଉତ୍କଳୀୟ ପରମ୍ପରାକୁ ନଜର ରଖି ସ୍ୱତନ୍ତ୍ର ଡିଜାଇନ ପ୍ରସ୍ତୁତ କରିବା ପାଇଁ ବୈଠକରେ ଆଲୋଚନା ହେବ । ତେବେ ଏକ ଡିଜାଇନ ପ୍ରସ୍ତୁତ ହୋଇଛି ।

ଏହାକୁ ୬ ଜଣ କୁଶଳୀ କାରିଗର ଏହାକୁ ପ୍ରସ୍ତୁତ କରିଛନ୍ତି । ଆଜି ଏହି ଡିଜାଇନକୁ ବୈଠକରେ ଅନୁମୋଦିତ କରାଯାଇପାରେ । ତେବେ ପୂର୍ବରୁ କାଠ ଫ୍ରେମିଂ ଡିଜାଇନକୁ ବୈଠକ ଅନୁମୋଦନ କରିସାରିଛି । ଏବେ କେବଳ ରୂପା ଛାଉଣୀର ଡିଜାଇନ ଅନୁମୋଦନ ବାକି ଅଛି । ଉଲ୍ଲେଖଯୋଗ୍ୟ ଯେ, ପାଖାପାଖି ୨୫ଶହ କିଲୋ ରୂପାରେ ମହା ପ୍ରଭୁ ଜଗନ୍ନାଥଙ୍କ ବଡ ଦେଉଳର ୮ଟି ଦ୍ୱାର ଛାଉଣୀ ହେବ । ତେବେ ସୁରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ