ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି: ସେବାୟତ, ଅଧିକାରୀ ନେଇପାରିବେନି ସ୍ମାର୍ଟଫୋନ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌ ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଶ୍ରୀମନ୍ଦିର ସେବାୟତ, ଅଧିକାରୀମାନେ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ନେବା ଉପରେ କଟକଣା ଲଗାଯାଇଛି। କେବଳ କି-ପ୍ୟାଡ୍‌ ମୋବାଇଲ୍‌ (କ୍ୟାମେରା ନଥିବା ଫୋନ୍‌) ନେବାକୁ ଅନୁମତି ମିଳିବ। ଜାନୁଆରି ୧ରୁ ଏହି କଟକଣା ଲାଗୁ ହେବ। ବୁଧବାର ଦିନ ଶ୍ରୀମନ୍ଦିର ଛତିଶା ନିଯୋଗ ଏହି ନିଷ୍ପତ୍ତିରେ ମୋହର ମାରିଛି। ସେପଟେ ଡିସେମ୍ବର ୧୬ରୁ ପହିଲି ଭୋଗ ନୀତି ଆରମ୍ଭ ହେଉଥିବାବେଳେ ବୁଧବାର ଦିନ ଏହାର ନୀତିକାନ୍ତିରେ ବି ମୋହର ବାଜିଛି।

ପହିଲି ଭୋଗ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆଜି ଉଭୟ ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ଛତିଶାନିଯୋଗ ନାୟକଙ୍କ ସହ ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ। ବୈଠକ ପରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଛନ୍ତି, ଆସନ୍ତା ଡିସେମ୍ବର ୧୬ରୁ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ଛତିଶାନିଯୋଗର ସହମତିକ୍ରମେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।

ଛତିଶାନିଯୋଗ ନିଷ୍ପତ୍ତିକ୍ରମେ ଶ୍ରୀମନ୍ଦିର ସେବାୟତ ଓ ଅଧିକାରୀଙ୍କ ଉପରେ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ନେବାରେ କଟକଣା ଲଗାଯାଇଛି। ଜାନୁଆରି ୧ ତାରିଖଠାରୁ କେହି ବି ସେବାୟତ ଓ ଅଧିକାରୀ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ନେଇପାରିବେନି। ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌ ପରେ ଏହି ପଦେକ୍ଷପ ନିଆଯାଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଯେଉଁ ସେବାୟତ, ଅଧିକାରୀମାନେ ଶ୍ରୀମନ୍ଦିରକୁ ମୋବାଇଲ୍‌ ନେବାକୁ ଚାହିଁବେ, ସେମାନେ କ୍ୟାମେରା ନ ଥିବା ଛୋଟ କି-ପ୍ୟାଡ୍‌ ଫୋନ୍‌ ନେଇ ଯାଇପାରିବେ। କେବଳ କମାଣ୍ଡର ସ୍ମାର୍ଟଫୋନ୍‌ ଶ୍ରୀମନ୍ଦିରକୁ ନେଇପାରିବେ। ଯେହେତୁ ଦୈନିକ ନୀତିକାନ୍ତି ସ୍ମାର୍ଟଫୋନ୍‌ରେ ଛଡ଼ାଯାଉଛି, ଏଥିରେ ଅସୁବିଧା ଦୃଷ୍ଟିରୁ କମାଣ୍ଡରଙ୍କୁ ସ୍ମାର୍ଟଫୋନ୍‌ ନେବାକୁ ଅନୁମତି ଦିଆଯାଇଛି। ଏଥିସହ ସେବାୟତ ଜମିଜମା ସମସ୍ୟା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ବୋଲି ଶ୍ରୀ ମହାସୁଆର କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଜିଲ୍ଲା ପୁଲିସ ଶ୍ରୀମନ୍ଦିର ଦାୟିତ୍ବରେ ରହୁଥିବା ଅଧିକାରୀଙ୍କ ସ୍ମାର୍ଟଫୋନ୍‌ ‌ବ୍ୟବହାରରେ କଟକଣା ଲଗାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।